କୋମାରେ କୁକୁର ବନ୍ଧ୍ୟାକରଣ ଯୋଜନା

ରାଉରକେଲା,୨୧।୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରରେ ବଢି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା। ସହର ରାସ୍ତାଘାଟରେ ଏଭଳି ମାଳ ମାଳ କୁକୁର ବୁଲୁଥିବା ଦେଖିବାକୁ ମିଳୁଛି। ସେହିପରି ନବଜାତ କୁକୁରଙ୍କ ମଧ୍ୟରୁ ଅନେକ ଦୁଇଚକିଆ ଚାରିଚକିଆ ଗାଡ଼ି ତଳେ ଜୀବନ ହାରୁଛନ୍ତି। ଫଳରେ ବିଭିନ୍ନ ଗଳି କନ୍ଦିରେ ମଲା କୁକୁରଙ୍କ ପଚାଶଢା ଶବ ପଡିରହିବାରୁ ସମ୍ପୃକ୍ତ ଅଞ୍ଚଳରେ ଦୁର୍ଗନ୍ଧ ହେଉଛି। ସେହିପରି କିଛିଦିନ ହେଲା ସହରରେ କୁକୁର କାମୁଡା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଛି। କୋଏଲ ନଗର, ଶକ୍ତି ନଗର, ଛେଣ୍ଡ କଲୋନୀ, ଉଦିତ ନଗର, ପାନପୋଷ ସମେତ ସହରର ପ୍ରାୟ ସମସ୍ତ ଗଳିକନ୍ଦିରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦେଖାଯାଉଛି। ଅନ୍ୟପକ୍ଷେ ବୁଲା କୁକୁର ବନ୍ଧ୍ୟାକରଣ ଯୋଜନା ନିୟମାବଳୀରେ ଅବମାନନା, ବନ୍ଧ୍ୟାକରଣ ପରିଚାଳନାଗତ ତ୍ରୁଟି ଜନିତ ଯାଞ୍ଚ ନେଇ ରାଜ୍ୟସ୍ତରୀୟ କମିଟି ଗଠନ ହୋଇ ନ ଥିବା ଦର୍ଶାଇ ଗୋଟିଏ ସଙ୍ଗଠନ ଜନସ୍ବାର୍ଥ ମାମଲା ଦାୟର କରିବା ପରେ ହାଇକୋର୍ଟ ୨୦୨୩ ଜୁଲାଇ ୭ତାରିଖରେ ଏବିସି ଉପରେ ରହିତାଦେଶ ଜାରି କରିଛନ୍ତି। ଫଳରେ ରାଉରକେଲାରେ କୁକୁର ବନ୍ଧ୍ୟାକରଣ ଯୋଜନା ବନ୍ଦ ରହିଥିବାରୁ ଗଳିକନ୍ଦିରେ କୁକୁରଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି।
ରାଉରକେଲାରେ ୨୦୧୨ ନଭେମ୍ବର ୯ତାରିଖରେ ଏବିସି ଯୋଜନା କାର୍ଯ୍ୟକାରୀ ହେଲା। ବୁଲାକୁକୁରଙ୍କ ଜନ୍ମହାର ନିୟନ୍ତ୍ରଣ ପାଇଁ ଏବିସି ଯୋଜନାର ସଫଳ ରୁପାୟନ ସକାଶେ ୧୫ଲକ୍ଷ ଟଙ୍କା ବ୍ୟୟରେ ଏବିସି କେନ୍ଦ୍ର ଅସ୍ତ୍ରୋପଚାର ଓଟି ଏବଂ ୪୦ କେନେଲ ନିର୍ମାଣ ହେଲା। ଏଥିସହିତ ପ୍ରତି ଅସ୍ତ୍ରୋପଚାର ପାଇଁ ୫ଶହ ଟଙ୍କା ଆର୍ଥିକ ଅନୁଦାନ ମଧ୍ୟ ପ୍ରାଣୀ ସମ୍ପଦ ବିଭାଗକୁ ପ୍ରଦାନ କରାଗଲା। ଏହି ଯୋଜନା ବୁଲା କୁକୁରଙ୍କ ଜନ୍ମହାର ନିୟନ୍ତ୍ରଣ ସହ ସେମାନଙ୍କ ଦୌରାମତ୍‌ୟକୁ ରୋକିବା ପାଇଁ ଉଦ୍ଦିଷ୍ଟ ଥିଲା। ତେବେ ଗତ ୧୦ବର୍ଷ ମଧ୍ୟରେ ଗତ ମାର୍ଚ୍ଚ ୨୦୨୩ ଯାଏ ୪ହଜାର ୫ଶହ ବୁଲା କୁକୁରଙ୍କ ଅସ୍ତ୍ରୋପଚାର ହୋଇଥିବା ଜଣାପଡିଛି। ରହିତାଦେଶ ଯୋଗୁ ୧୯୫ ଦିନ ହେଲାଣି ରାଉରକେଲାରେ ଏବିସି ଯୋଜନା ସମ୍ପୂର୍ଣ୍ଣ ଭାବେ ଠପ୍‌ ପଡିଛି। ସହରରେ ବୁଲା କୁକୁରଙ୍କ ବଂଶବୃଦ୍ଧି ରୋକା ନ ଗଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ଆଲୋଚନା ହେଉଛି। ଏ ନେଇ ରାଉରକେଲା ଏସ୍‌ଡିଭିଓ ପ୍ରସନ୍ନ କୁମାର ମହାରଣା କୁହନ୍ତି, ସାରା ରାଜ୍ୟରେ ଚାଲିଥିବା ଏବିସି ଉପରେ ଗୋଟିଏ ସଙ୍ଗଠନ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ପିଆଇଏଲର ଶୁଣାଣି ହାଇକୋର୍ଟ ରାଜ୍ୟରେ ଏବିସି ଉପରେ ରହିତାଦେଶ ଜାରି କରିଛନ୍ତି। ଏଣୁ ରାଜ୍ୟସାରା ଏବିସି ସିଷ୍ଟମ ପାଖାପାଖି ୧୯୫ଦିନ ହେଲା ସ୍ଥଗିତ ରହିଛି। ରହିତାଦେଶ ଉଠିଲା ପରେ ପୁନଶ୍ଚ ଏବିସି ମାଧ୍ୟମରେ ପୂର୍ବବତ୍‌ ବୁଲାକୁକୁରଙ୍କ ଜନ୍ନ ନିୟନ୍ତ୍ରଣ ପ୍ରକ୍ରିୟା ଚାଲିବ ବୋଲି ମହାରଣା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲବାଦି ସଙ୍ଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ : ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ

ବଲାଙ୍ଗୀର,୧୬।୩: କୋସଲ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସୋମବାର ସ୍ଥାନୀୟ ଯାଦବ ଭବନ ଠାରେ ଖବରଦାତା ସମ୍ମିଳନୀ କରି ସ୍ବତନ୍ତ୍ର କୋସଲ...

ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର: କୃଷ୍ଣ ପାତ୍ର

ଭୁବନେଶ୍ୱର,୧୬।୩: ପୋଷଣ କେନ୍ଦ୍ରନେଇ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର। ‘ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ...

ଶ୍ରୀମନ୍ଦିରରେ ସେବାୟତ ଜାଳିଲେ ମହମବତୀ: ଭିଡିଓ ଭାଇରାଲ ପରେ ତେଜିଲା ଅସନ୍ତୋଷ

ପୁରୀ,୧୬।୩: ପବିତ୍ର ଫାଲୁଗନ ମାସ ଦୋଳ ପୂର୍ଣ୍ଣିମା ଅବସରରେ ପୁରୀରେ ଚାଲିଛି ଦୋଳ ମହୋତ୍ସବ। ସାହି ସାହି ବୁଲିଛନ୍ତି ରାଧାଗୋବିନ୍ଦ। ଏହି ପରିପ୍ରେକ୍ଷୀରେ ପୁରୀରେ ଜମୁଛି...

ସବୁଠୁ ଉତ୍ତପ୍ତ ସହର ବୌଦ୍ଧ

ବୌଦ୍ଧ,୧୬।୩(ଅଜିତ କୁମାର ବାରିକ ): ବୌଦ୍ଧ ଜିଲାରେ ତାପମାତ୍ର ଶନିବର ଦିନ ୪୨ ଡିଗ୍ରୀ ଉପରେଥିଲା। ଏ ନେଇ ରାଜ୍ୟରେସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ।...

ସୁଭଦ୍ରା ଅପ୍‌ଡେଟ୍‌: ଏକାବେଳକେ ମିଳିବ ୧୫ ହଜାର

ଭୁବନେଶ୍ୱର,୧୬।୩: ‘ସୁଭଦ୍ରା’ ହିତାଧୀକାରୀଙ୍କ ପାଇଁ ବଡ଼ ଖବର । ମହିଳାଙ୍କୁ ମିଳିବ ୧୫ ହଜାର ଟଙ୍କା । ତୃତୀୟ କିସ୍ତି ପାଇବେ ହିତାଧିକାରୀ । ଦୁଇଟି...

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକଙ୍କ ସ୍ମୃତିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସ୍ବର୍ଗତ ଭଗବାନ ମହାରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଇଁତୋଳା ଯୁବଗୋଷ୍ଠୀଙ୍କ ଦ୍ୱାରା ବଡ ବନ୍ଧ ପୋଖରୀ ପାରିପାର୍ଶ୍ୱ ସଫେଇ କରାଯାଇଥିଲା।...

OSRTC ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ

ଜଗନ୍ନାଥ ପ୍ରସାଦ,୧୬।୩: ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ପଞ୍ଚଭୂତି ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। OSRTC ବସ୍‌ ଏବଂ ସ୍କୁଟି...

ସୁନ୍ଦର ଓ ସବୁଜ ଦାରିଙ୍ଗବାଡି ପାଇଁ  ପ୍ରୟାସ 

ଦାରିଙ୍ଗବାଡି,୧୬ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏକ ଫୋରମ ଗଠନ କରାଯାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image