Categories: ଜାତୀୟ

୪୪ କୋଟି ଛୁଆଙ୍କୁ ଟିକା ଦେବାକୁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୨୯।୧୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଓ ଭୟ ବଢ଼ୁଥିବା ବେଳେ ଦେଶର ୪୪ କୋଟିରୁ ଊର୍ଦ୍ଧ୍ୱ ଛୁଆଙ୍କୁ ଟିକାକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିବା କୋଭିଡ୍‌-୧୯ ଟାକ୍ସଫୋର୍ସ ଅଧ୍ୟକ୍ଷ ଡା. ଏନ୍‌. କେ. ଅରୋରା କହିଛନ୍ତି।

ଏଥିସହ ଆସନ୍ତା ୨ ସପ୍ତାହ ମଧ୍ୟରେ ଟିକାର ବୁଷ୍ଟର ଏବଂ ଅତିରିକ୍ତ ଡୋଜ୍‌ ଦିଆଯିବା ନେଇ ଟିକାକରଣ ଉପରେ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନ୍‌ଟିଏଜିଆଇ) ପକ୍ଷରୁ କୁହାଯାଇଛି। କିଏ, କେତେବେଳେ ଏବଂ କିପରି ଟିକାନେବେ ସେ ଉପରେ ଏହି ପଲିସି ଅଣାଯିବ। ଏବେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହା ବିରୋଧରେ ଟିକାର କାର୍ଯ୍ୟକ୍ଷମତା ବାବଦରେ ଜାଣିବା ପାଇଁ ସମୟ ଲାଗିବ ବୋଲି ଡା. ଅରୋରା କହିଛନ୍ତି। ପିଲାମାନେ ଦେଶର ମୂଲ୍ୟବାନ ସମ୍ପତ୍ତି। ତେଣୁ ୧୮ ବର୍ଷରୁ କମ୍‌ ପିଲାଙ୍କୁ ସୁରକ୍ଷିତ ରଖିବାକୁ ବିସ୍ତୃତ ଯୋଜନା କରାଯାଇଛି। ଖୁବଶୀଘ୍ର ଏହା ସାର୍ବଜନୀନ କରାଯିବ ବୋଲି ସେ କହିଛନ୍ତି।

Share