ଏମିତି ଆସେ ମୃତ୍ୟୁ! କାର ଉପରେ ଖସି ପଡ଼ିଲା ବିମାନ

ଫ୍ଲୋରିଡା,୧୬।୩ : ଫ୍ଲୋରିଡାର ପେମବ୍ରୋକସ୍ଥିତ ନର୍ଥ ପେରି ବିମାନ ବନ୍ଦର ନିକଟରେ ଏକ ଦୁର୍ଘଟଣା ଘଟିଛି । ବିମାନ ବନ୍ଦରରୁ ଏକ ଛୋଟିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣା ଗ୍ରସ୍ତ ହୋଇ ଖସି ପଡ଼ିଥିଲା ଚଳନ୍ତା ଏସ୍‌ୟୁଭି ଉପରେ। ଦୁର୍ଘଟଣା ପରେ ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ବିମାନରେ ନିଆଁ ଲାଗି ଯାଇଥିଲା। ଆଉ ଚାହୁଁ ଚାହୁଁ ନିଆଁ କବଳରେ ଆସିଯାଇଥିଲା ଏସ୍‌ୟୁଭି ଗାଡ଼ି। ସମ୍ପୂର୍ଣ୍ଣ ଘଟଣାଟି କଏଦ ହୋଇଛି ପାଖରେ ଲାଗିଥିବା ସିସିଟିଭିରେ। ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Share