ଅଟକ ୩୦୩ ଭାରତୀୟଙ୍କୁ ବିମାନ ଯାତ୍ରା ପାଇଁ ମିଳିଲା ଅନୁମତି

ପ୍ୟାରିସ୍‌,୨୫ା୧୨: ନିକାରାଗୁଆ ଯାଉଥିବା ଏକ ବିମାନରେ ମାନବ ଚାଲାଣ ସନ୍ଦେହ କରି ଫ୍ରାନ୍ସ କର୍ତ୍ତୃପକ୍ଷ ୩୦୩ ଜଣ ଭାରତୀୟ ଯାତ୍ରୀଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କୁ ମୁକ୍ତ କରିଦିଆଯାଇଛି। ଏପରିକି ସେମାନଙ୍କୁ ବିମାନ ଯାତ୍ରା ପାଇଁ ମଧ୍ୟ ଅନୁମତି ମିଳିଛି। ତେବେ ସେମାନେ ନିକାରାଗୁଆ ଯିବେ, କି ଭାରତ ଫେରିଯିବେ ଅଥବା ଦୁବାଇ ଯିବେ, ତାହା ସ୍ପଷ୍ଟ ହୋଇନାହିଁ।

ରୋମାନିଆ ଲିଜେଣ୍ଡ ଏୟାରଲାଇନ୍ସର ବିମାନରେ ସେମାନେ ଯାଉଥିବାବେଳେ ମାନବ ଚାଲାଣ ହେଉଥିବା ଗୋଇନ୍ଦା ସୂଚନା ପାଇ ଫ୍ରାନ୍ସ କର୍ତ୍ତୃପକ୍ଷ ଗତ ଗୁରୁବାର ଏହାକୁ ଭାଟ୍ରି ଏୟାରପୋର୍ଟରେ ଅବତରଣ କରାଇଥିଲେ। ଅଟକ ୩୦୩ ଭାରତୀୟଙ୍କ ମଧ୍ୟରେ ୧୧ ଜଣ ନାବାଳକ ଅଛନ୍ତି। ମାନବ ଚାଲାଣ ସନ୍ଦେହ ମାମଲାର ଶୁଣାଣିକୁ ଫ୍ରାନ୍ସ ବିଚାରପତିମାନେ ଖାରଜ କରିଦେଇଛନ୍ତି। ୪ ଜଣ ବିଚାରପତି ଯାତ୍ରୀମାନଙ୍କୁ ପଚରାଉଚରା କରିଥିଲେ ମଧ୍ୟ ଚାଲାଣ ନେଇ ସେଭଳି କୌଣସି ପ୍ରମାଣ ମିଳି ନ ଥିଲା।

Share