ମଝି ଆକାଶରେ ଜଳିଗଲା ବିମାନ…

ମସ୍କୋ,୧୦।୧୦: ରୁଷିଆରେ ମଝି ଅକାଶରେ ବିମାନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୩ ଜଣ ଲୋକ ଥିଲେ। ଦୁଇ ଇଞ୍ଜିନ ବିଶିଷ୍ଟ ସ୍ବଳ୍ପ ଦୂରଗାମୀ ପରିବହନ ବିମାନଟି ତାତାରସ୍ତାନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜରୁରୀକାଳୀନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏଲ୍‌-୪୧୦ ଟର୍ବୋଲେଟ ବିମାନଟି ତାତାରସ୍ତାନ ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏହାପୂର୍ବରୁ ଗତ ମାସରେ ରୁଷିଆର ପୂର୍ବାଞ୍ଚଳରେ ଏକ ପୁରୁଣା ଆଣ୍ଟୋନୋଭ ଏଏନ୍‌ -୨୬ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଜୁଲାଇରେ କାମଚଟକାରେ ଏକ ଆଣ୍ଟୋନୋଭ ଆନ -୨୬ ଟୁଇନ୍‌-ଇଞ୍ଜିନ ଟର୍ବୋପ୍ରୋପରେ ବିମାନ ଦୁର୍ଘଟଣାରେ ୨୮ଜଣଙ୍କର ମୃତ୍ୟୁ ହୋଇଥିଲା।

Share