ଗଛ ସହିତ ମୁହାଁମୁହିଁ ଧକ୍କା ହେଲା ବିମାନ: ଜଣେ ରାଜନେତାଙ୍କ ସମେତ ୩ ମୃତ…

ଓ୍ବାଶିଂଟନ,୩।୧୨ : ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏରେ ବିମାନ ଦୁର୍ଘଟଣାରେ ଜଣେ ରାଜନେତାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ କଲରାଡୋ ପାର୍ଟି ନେତା ୱାଲ୍ଟର ହରମସ ଏବଂ ତାଙ୍କ ଦଳର ଅନ୍ୟ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ବିମାନ ଦୁର୍ଘଟଣା ପରେ ପାରାଗୁଏର ଉପରାଷ୍ଟ୍ରପତି ପେଡ୍ରୋ ଆଲିଆନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସମବେଦନା ଜଣାଇ କହିଛନ୍ତି ମୋର ଭାଇ ଏବଂ ବନ୍ଧୁ ୱାଲ୍ଟର ହରମସଙ୍କ ମୃତ୍ୟୁକୁ ନେଇ ମୁଁ ଦୁଃଖିତ।

ବିମାନ ଦୁର୍ଘଟଣାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଲିସର ରିପୋର୍ଟ ଅନୁଯାୟୀ, ବିମାନଟି ଉଡାଣ କରିବାର କିଛି ସମୟ ପରେ ଏକ ଗଛ ସହିତ ମୁହାଁମୁହିଁ ଧକ୍କା ହେବା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ଏହା ସହିତ ବିମାନଟି ତଳେ ପଡିଯାଇଥିଲା।

Share