ମଝି ଆକାଶରେ ପକ୍ଷୀ ସହ ଧକ୍କା ହେଲା ବିମାନ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଓ୍ବାଶିଂଟନ,୨୪।୪ : ଏକ ଆମେରିକୀୟ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି। ବିମାନରେ ନିଆଁ ଲାଗିଯିବାରୁ ରବିବାର ଏହା ଜରୁରୀକାଳୀନ ଅବତରଣ କରିଛି। ମଝି ଅକାଶରେ ଏକ ପକ୍ଷୀ ବିମାନକୁ ଧକ୍କା ଦେବାରୁ ଇଞ୍ଜିନରେ ନିଆଁ ଲାଗିଯିବା ପରେ ଏହି ଘଟଣା ଘଟିଥିଲା। ତେବେ ଏହାଯୋଗୁ କୌଣସି କ୍ଷୟକ୍ଷତି ହୋଇ ନାହିଁ।

କୁହାଯାଉଛି, ଆମେରିକୀୟ ଏୟାରଲାଇନ୍ସର ବୋଇଙ୍ଗ -୭୭୭ ବିମାନ ଉଡ଼ାଣ ସମୟରେ ଏକ ପକ୍ଷୀ ସହ ମୁହାଁମୁହିଁ ଧକ୍କା ହେବା ପରେ ଏଥିରେ ନିଆଁ ଲାଗିଯାଇଥିଲା। କ୍ୟାମେରାରେ ନିଆଁ ଲାଗିବା ଘଟଣା ରେକର୍ଡ କରାଯାଇଥିଲା। ଏଥି ସହିତ ଆମେରିକାର ଓହିଓ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ବିମାନର ଡାହାଣ ଇଞ୍ଜିନରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି ।

ଭିଡିଓରେ, ବିମାନରେ ନିଆଁ ଲାଗିଥିବା ସ୍ପଷ୍ଟ ଦେଖାଯାଉଛି। ଆମେରିକାର ଅଧିକାରୀମାନେ କହିଛନ୍ତି, ଆମେରିକୀୟ ଏୟାରଲାଇନ୍ସର ୧୯୫୮ ବିମାନ କଲମ୍ବସରେ ଜନ ଗ୍ଲେନ କଲମ୍ବସ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରାୟ ସକାଳ ୭ଟା ୪୫ରେ ଫିନିକ୍ସ ଅଭିମୁଖେ ଯାତ୍ରା କରିଥିଲା। ଉଡ଼ାଣର କିଛି ସମୟ ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା, ପରେ ବିମାନଟିକୁ ବିମାନବନ୍ଦରକୁ ଫେରାଇ ଆଣିବାକୁ ପଡିଥିଲା।

Share