ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରଲ ହେଉଛି। ବର୍ତ୍ତମାନ ଏକ ଏରୋପ୍ଲେନ ନଦୀରୁ ପାଣି ନେଇ ନିଆଁ ଲିଭାଉଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ଏକ ନୀଳ ରଙ୍ଗର ଏରୋପ୍ଲେନ ଶୂନ୍ୟରେ ନଦୀରୁ ପାଣି ଉଠାଉଛି। ପରେ ପାଣିରୁ ଟେକଅପ କରି ନିଆଁ ଲାଗିଥିବା ସ୍ଥାନରେ ପାଣି ସିଞ୍ଚନ କରୁଛି। ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟରରେ ଏହି ଭିଡିଓକୁ ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Unbelievable skill required to pick up water in flight and then dump to extinguish fire. This is what we need for forest fires in India. May be, drones can do this job in future.
Estimated 420 mha of forest has been lost worldwide through deforestation & fire since 1990. pic.twitter.com/LjNvzZeSQ8
— Susanta Nanda (@susantananda3) August 23, 2020