ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଜରୁରୀ ଅବତରଣ କଲା ବିମାନ…

ଲକ୍ଷ୍ନୌ,୨୭।୫: ଉତ୍ତରପ୍ରଦେଶରେ ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଏକ ବିମାନର ଜରୁରୀ କାଳୀନ ଅବତରଣ କରାଯାଇଛି। ଦୁଇ ସିଟ୍‌ ବିଶିଷ୍ଟ ଏହି ବିମାନର ଦୁଇ ପାଇଲଟ ସୁରକ୍ଷିତ ରହିଛନ୍ତି। ହଠାତ୍‌ ବିମାନଟି ଅବତରଣ କରିବାରୁ କିଛି ଘଣ୍ଟା ପାଇଁ ଏକ୍ସପ୍ରେସ୍‌ଓ୍ବେରେ ଯାନବାହନ ଯିବା ଆସିବାକୁ ବନ୍ଦ କରାଯାଇଥିଲା। ଏକ୍ସପ୍ରେସ୍‌ଓ୍ବେର ମଥୁରା ଅନ୍ତର୍ଗତ ନୌହଝିଲ୍‌ ଥାନା ଅଞ୍ଚଳରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ଅବତରଣ କରିବା ଲାଗି ପାଇଲଟ ଦ୍ୱୟ ନିଷ୍ପତ୍ତିି ଗ୍ରହଣ କରିଥିଲେ। ପରେ ବିମାନଟି ଗନ୍ତବ୍ୟ ପଥରେ ଉଡ଼ାଣ କରିଥିଲା। ସୂଚନାଯୋଗ୍ୟ, ବିମାନ ଅବତରଣ ପାଇଁ ଯମୁନା ଏକ୍ସପ୍ରେସ୍‌ଓ୍ବେକୁ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି। ଏଠାରେ ବିମାନର ଜରୁରୀ କାଳୀନ ଅବତରଣ କରାଯାଇ ପାରିବା ଭଳି ରାସ୍ତା ନିର୍ମାଣ ରନ୍‌ଓ୍ବେ ଶୈଳୀରେ କରାଯାଇଛି।

Share