Categories: ଜାତୀୟ

ଆଉ ଏକ ଦୁର୍ଘଟଣାରୁ ବର୍ତ୍ତିଲା ବିମାନ

ନୂଆଦିଲ୍ଲୀ, ୯।୮ ଝାଡ଼ଖଣ୍ଡର ରାଞ୍ଚତ୍ସ୍ଥିତ ବିର୍ସାମୁଣ୍ଡା ବିମାନବନ୍ଦରରୁ ଶନିବାର ସକାଳେ ଉଡ଼ାଣ ଆରମ୍ଭ କରିଥିବା ଏୟାରଏସିଆ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ମୁମ୍ବାଇ ଯାଉଥିବା ଏହି ବିମାନରେ ଏକ ପକ୍ଷୀ ମାଡ଼ ହୋଇଥିଲା। କୋଝିକୋଡ ବିମାନ ଦୁର୍ଘଟଣାର ଦିନକ ପରେ ଏଭଳି ଘଟଣା ଘଟିଛି। ଶନିବାର ପୂର୍ବାହ୍ନ ୧୧ଟା ୫୦ରେ ଭିଟି-ଏଚ୍‌କେଜି ବିମାନ ଉଡ଼ାଣ ଆରମ୍ଭ କରିବା ବେଳେ ପକ୍ଷୀ ମାଡ଼ ହୋଇଥିଲା। ଫଳରେ ପାଇଲଟ ଉଡ଼ାଣ ବନ୍ଦ କରିଦେଇଥିଲେ। ବିମାନର ସୁରକ୍ଷା ଯାଞ୍ଚ କରାଯାଉଥିବା ଏୟାରଏସିଆ ଇଣ୍ଡିଆର ମୁଖପାତ୍ର କହିଛନ୍ତି।

Share