ଭିଏନା,୧୯।୪ : ଅଷ୍ଟ୍ରିଆର ଏୟାରଲାଇନ୍ସର ଏକ ବିମାନ ଭିଏନାରୁ ନ୍ୟୁୟର୍କକୁ ଉଡ଼ାଣ କରିବାର ଦୁଇ ଘଣ୍ଟା ମଧ୍ୟରେ ଅଧା ବାଟରୁ ଫେରିବାକୁ ବାଧ୍ୟ ହୋଇଥିଲା। ଭିଏନା ଠାରୁ ନ୍ୟୁୟର୍କ ଅଭିମୁଖେ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଏକ ବୋଇଙ୍ଗ ୭୭୭ ବିମାନ ସୋମବାର ଆଠ ଘଣ୍ଟା ମଧ୍ୟରେ ଯାତ୍ରା ଶେଷ କରିବାକୁ ସ୍ଥିର ହୋଇଥିଲା, କିନ୍ତୁ ବିମାନକୁ ଦୁଇ ଘଣ୍ଟା ପରେ ଫେରିବାକୁ ପଡିଥିଲା କାରଣ ବିମାନରେ ଥିବା ଆଠଟି ଶୌଚାଳୟ ମଧ୍ୟରୁ ପାଞ୍ଚଟି ଠିକ କାମ କରୁ ନ ଥିଲା।
ଅଷ୍ଟ୍ରିଆ ଏୟାରଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି, ଯାନ୍ତ୍ରିକ ସମସ୍ୟା ଯୋଗୁ ଶୌଚାଳୟଗୁଡିକ ଠିକ ଭାବରେ କାର୍ଯ୍ୟ ନ କରିବାରୁ ପରେ କର୍ମଚାରୀମାନେ ପଛକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖପାତ୍ର କହିଛନ୍ତି, ଅଷ୍ଟ୍ରିଆର ଏୟାରଲାଇନ୍ସର ବିମାନରେ ଏପରି ସମସ୍ୟା କେବେ ହୋଇ ନ ଥିଲା। ମୁଖପାତ୍ର କହିଛନ୍ତି ବିମାନର ତ୍ରୁଟି ଠିକ ହୋଇଛି। ଏହା ଏବେ ସେବାକୁ ଫେରିଛି। ପ୍ରଭାବିତ ଯାତ୍ରୀମାନଙ୍କୁ ଅନ୍ୟ ବିମାନ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା।