ଡେନଭର(ଆମେରିକା), ୨୧।୨: ଆମେରିକାର ଡେନଭର ବିମାନ ବନ୍ଦରରୁ ୨୩୧ ଯାତ୍ରୀ ଓ ୧୦ କ୍ରୁ ମେମ୍ବରଙ୍କୁ ନେଇ ହାଓ୍ବାଇ ଅଭିମୁଖେ ଶନିବାର ଉଡ଼ାଣ ଆରମ୍ଭ କରିଥିଲା ଫ୍ଲାଇଟ୍ ୟୁଏ୩୨୮। ମଝି ଆକାଶରେ ଥିବାବେଳେ ବିମାନର ଏକ ଇଞ୍ଜିନ ସମ୍ପୂର୍ଣ୍ଣ ଫେଲ ହୋଇଯାଇଥିଲା। ଏଥିଯୋଗୁ ବିମାନଟିକୁ ଜରୁରୀକାଳିନ ଅବତାରଣ କରିବାକୁ ପଡ଼ିଥିଲା ଲୋକମାନେ ବସବାସ କରୁଥିବା ଅଞ୍ଚଳରେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଘଟଣାରେ ବିମାନର କୌଣସି ଯାତ୍ରୀ କିମ୍ବା ଲାଣ୍ଡିଂ ସ୍ଥାନରେ କେହି ଆହତ ହୋଇ ନାହାନ୍ତି। ଏ ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି।
ବିମାନ ମଧ୍ୟରୁ ଶୁଟ ହୋଇଥିବା ଭିଡିଓରେ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳୁଛି। ଆଉ ନିଆଁ ଧିରେ ଧିରେ ବିମାନର ଓ୍ବିଙ୍ଗ୍କୁ ବ୍ୟାପୁଛି। ଏହି ଘଟଣା ସମ୍ପର୍କରେ ଜଣେ ଯାତ୍ରୀ ଡେଭିଡ ଡିଲୁସିଆ କହିଛନ୍ତି, ଏକଦା ମୋତେ ଲାଗୁଥିଲା ଆମ ସମସ୍ତଙ୍କ ଜୀବନ ଶେଷ ହେବାକୁ ଯାଉଛି। ବିମାନରେ ବିସ୍ଫୋରଣ ଖୁବ୍ ଗତିରେ ଆମେ ତଳକୁ ଖସିଥିଲୁ।