କେ୨-୧୮ବି ଗ୍ରହରେ ସାଗର ଥାଇପାରେ

ଓ୍ବାଶିଂଟନ,୧୩ା୯: ସୌରଜଗତ ବାହାରେ ତଥା ପୃଥିବୀଠାରୁ ୧୨୦ ଆଲୋକବର୍ଷ ଦୂରରେ ଥିବା କେ୨-୧୮ବି ଗ୍ରହରେ ସାଗର ଥାଇପାରେ ବୋଲି ନାସା ପକ୍ଷରୁ ଦାବି କରାଯାଇଛି। ଏହି ଗ୍ରହର ଓଜନ ପୃଥିବୀଠାରୁ ୮.୬ ଗୁଣ ଅଧିକ। ଏହା ଶୀତଳ ବାମନ ତାରକା କେ୨-୧୮ର କକ୍ଷପଥରେ ରହି ଏହାକୁ ପ୍ରଦକ୍ଷିଣ କରୁଥିବା ନାସାର ଜେମ୍ସ ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପ୍‌ ଠାବ କରିଛି। ସେଠାରେ ମିଥେନ୍‌ ଏବଂ ଅଙ୍ଗାରକାମ୍ଳ ସମେତ ଅନ୍ୟ କାର୍ବନ ଥିବା ଅଣୁ ରହିଛି। କେ୨-୧୮ବି ଗ୍ରହରେ ଉଦ୍‌ଜାନବହୁଳ ପରିବେଶ ସାଙ୍ଗକୁ ଏହାର ପୃଷ୍ଠ ମହାସାଗରରେ ଭରି ରହିଥିବା ଅଧ୍ୟୟନରୁ ଜଣାପଡିଛି। ନାସା ବୈଜ୍ଞାନିକଙ୍କ ଦାବି ସତ ପ୍ରମାଣିତ ଏହି ଗ୍ରହରେ ଜୀବସତ୍ତା ସମ୍ଭବ।

Share