ଭୁବନେଶ୍ୱର,୨୬।୧୨(ବ୍ୟୁରୋ):ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ପଠାଣି ସାମନ୍ତ ପ୍ଲାନେଟାରିୟମକୁ ଦର୍ଶକଙ୍କ ସୁଅ ଛୁଟିବାରେ ଲାଗିଛି। ରବିବାର ପ୍ଲାନେଟାରିୟମକୁ ୨,୭୧୦ ଦର୍ଶକ ପରିଦର୍ଶନ କରିଛନ୍ତି। ଦିନକରେ ୨୦ଟି ଶୋ’ ପ୍ରଦର୍ଶିତ ହୋଇଥିବାବେଳେ ୬୭,୦୩୫ଟଙ୍କା ଆୟ ହୋଇଥିବା ପ୍ଲାନେଟାରିୟମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ ୩୨ ବର୍ଷ ମଧ୍ୟରେ ପ୍ଲାନେଟାରିୟମ କରିଥିବା ଦୈନିକ ଆୟରେ ଏହା ସର୍ବାଧିକ। ବଡ଼ଦିନ ଅବସରରେ ଏଠାକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆଗମନକୁ ଦୃଷ୍ଟିରେ ରଖି ଇଧିକ ଶୋ’ର ବନ୍ଦୋବସ୍ତ କରାଯାଇଥିଲା। ଶନିବାର ୫୬,୧୦୦ ଟଙ୍କା ଓ ଶୁକ୍ରବାର ୪୮,୩୨୦ ଟଙ୍କା ଆୟ ହୋଇଥିଲା। ଆଗାମୀ ଦିନରେ ଅଧିକ ସଂଖ୍ୟକ ଦର୍ଶକ କିପରି ଆସିବେ ସେଦିଗରେ ପ୍ରୟାସ କରାଯାଉଥିବା ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।