ପେଗାସସ୍‌ ବନ୍ଦ କରିବାକୁ ଯୋଜନା…

ଓ୍ବାଶିଂଟନ, ୧୪।୧୨: ସ୍ପାଏୱେୟାର ଫାର୍ମ ଏନ୍‌ଏସ୍‌ଓ ଗ୍ରୁପ ଲିମିଟେଡ ପକ୍ଷରୁ ଏହାର ବିବାଦୀୟ ପେଗାସସ୍‌ ୟୁନିଟକୁ ବନ୍ଦ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଋଣ ଭାର ଯୋଗୁ ବିପଦରେ ଥିବା ଏହି କମ୍ପାନୀ ଏକ ଭିନ୍ନ ବିକଳ୍ପ ଖୋଜୁଛି ବୋଲି କୁହାଯାଉଛି। କମ୍ପାନୀକୁ ବିକ୍ରୟ କରିବା ପାଇଁ କେତେକ ବିନିଯୋଗ ଫଣ୍ଡ ସହିତ ଆଲୋଚନା ହୋଇଛି ବୋଲି ଚର୍ଚ୍ଚା ହେଉଛି।

କମ୍ପାନୀ ବିଶେଷଜ୍ଞଙ୍କ ଅନୁଯାୟୀ, ବିବାଦୀୟ ପେଗାସସ ୟୁନିଟ ବନ୍ଦ କରିବା ଏବଂ ସମଗ୍ର କମ୍ପାନୀ ବିକ୍ରୟ କରିବାକୁ ଆଲୋଚନା କରାଯାଉଛି।

ସହାୟତା ପାଇଁ କମ୍ପାନୀ ମୋଏଲିସ ଆଣ୍ଡ କୋ ସହିତ ଯୋଗାଯୋଗ କରିଛି। ଏଥିରୁ ପରାମର୍ଶଦାତାଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ବିଶେଷଜ୍ଞମାନେ କହିଛନ୍ତି ଯେ ସମ୍ଭାବ୍ୟ ନୂତନ ମାଲିକମାନଙ୍କ ମଧ୍ୟରେ ଦୁଇଟି ଆମେରିକୀୟ ଫଣ୍ଡ ସାମିଲ ଅଛନ୍ତି। ଏହି ଦୁଇ ବିନିଯୋଗ ଫଣ୍ଡ କମ୍ପାନୀ ପେଗାସସକୁ ନିୟନ୍ତ୍ରଣ ଏବଂ ବନ୍ଦ କରିବା ଉପରେ ଆଲୋଚନା କରିଛନ୍ତିି।

ଏଥି ସହିତ ପେଗାସସ ସୂଚନାକୁ ଅଧିକ ସାଇବର-ସୁରକ୍ଷିତ କରିବା ଏବଂ ଇସ୍ରାଏଲ କମ୍ପାନୀର ଡ୍ରୋନ ଟେକ୍ନୋଲୋଜିର ବିକାଶ ପାଇଁ ୨୦୦ ନିୟୁତ ଡଲାର ବିନିଯୋଗ ଉପରେ ମଧ୍ୟ ଆଲୋଚନା କରାଯାଇଛି। ତେବେ ଏନେଇ ଏନ୍‌ଏସ୍‌ଓ ଗ୍ରୁପ ଲିମିଟେଡ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Share