ମେ‘ ୯ ସୁଦ୍ଧା ଯୁଦ୍ଧ ଶେଷ ଲାଗି ଯୋଜନା !…

ମସ୍କୋ/କ୍ୱିଭ୍‌, ୨୬।୩ : ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମେ‘ ୯ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି। ଏନେଇ ୟୁକ୍ରେନ୍‌ ଜେନେରାଲ ଷ୍ଟାଫ୍‌ ମିଳିଥିବା ଗୁପ୍ତଚର ସୂଚନା ଆଧାରରେ ଏନେଇ ଖବର କାଗଜ ଦ କ୍ୱିଭ୍‌ ଇଣ୍ଡିପେଣ୍ଡେଣ୍ଟ୍‌କୁ କହିଛନ୍ତି। ଖବର କାଗଜ ପକ୍ଷରୁ ଏନେଇ ଟୁଇଟ୍‌ ମଧ୍ୟ କରାଯାଇଛି। ରୁଷିଆ ସୈନ୍ୟଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଥିବା ଗୁପ୍ତଚର ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ମେ‘ ୯କୁ ରୁଷିଆରେ ବିଜୟ ଦିବସ ଭାବେ ପାଳନ କରାଯାଇଥାଏ। ଜର୍ମାନୀର ନାଜି ସେନା ବିରୋଧରେ ହୋଇଥିବା ବିଜୟ ସ୍ମୃତିରେ ଏହା ପାଳିତ ହୋଇଥାଏ।

ଖବର କାଗଜରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସେତେବେଳକୁ ରୁଷିଆ ପାଖରେ ଯୁଦ୍ଧ ଅସ୍ତ୍ରଶସ୍ତ୍ର ମଧ୍ୟ ସରି ଆସିଥିବ। ଶେଷରେ ଶାନ୍ତି ଆଲୋଚନା ହିଁ ଏକମାତ୍ର ବିକଳ୍ପ ରହିଥିବ।

Share