ଓମିକ୍ରନ୍‌ ପାଇଁ ଅଲଗା ଟିକା ପ୍ରସ୍ତୁତି ନେଇ ଯୋଜନା…

ଓ୍ବାଶିଂଟନ/ନୂଆଦିଲ୍ଳୀ,୩୦।୧୧: ସମଗ୍ର ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ୍‌ ସଂକ୍ରମଣ ନେଇ ସଙ୍କଟ ଜନକ ପରିସ୍ଥିତି ଉପୁଜିଥିବା ବେଳେ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଅଲଗା ଟିକା ପ୍ରସ୍ତୁତି ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। କମ୍ପାନୀ ଗୁଡ଼ିକ ଅନ୍ୟ ପ୍ରକାର ଟିକା ଉପରେ କାମ କରୁଛନ୍ତି ଯାହା ନୂଆ ଭାରିଆଣ୍ଟର ମୁକାବିଲା କରିପାରିବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ କରୋନାର ନୂଆ ଭାରିଆଣ୍ଟ ଯୋଗୁ ଚିନ୍ତା ବୃଦ୍ଧି ପାଇଛି।

ଆମେରିକାର ଫାଇଜର ଟିକା ନିର୍ମାତା କମ୍ପାନୀର ସିଇଓ ଆଲବର୍ଟ ବୋରଲା କହିଛନ୍ତି ଯେ ନୂଆ ଟିକା ଉପରେ କାମ ଆରମ୍ଭ କରାଯାଇଛି। ବିଶେଷକରି ନୂତନ ଓମିକ୍ରନ ଭାରିଆଣ୍ଟ୍‌କୁ ଦୃଷ୍ଟିରେ ରଖି ଏଭଳି କରାଯାଇଛି। ବର୍ତ୍ତମାନର ଟିକା ଓମିକ୍ରନ୍‌ ବିରୋଧରେ ଅଧିକ ପ୍ରଭାବଶାଳୀ ହୋଇପାରିବ ନାହିଁ। ଏହାର ଅର୍ଥ ହେଉଛି ଆମକୁ ଏକ ନୂତନ ଟିକା ପ୍ରସ୍ତୁତ କରିବା ଆବଶ୍ୟକ।

ସେହିପରି ମୋଡେର୍ନା ଟିକାର ନିର୍ମାଣକାରୀ କମ୍ପାନୀର ମୁଖ୍ୟ ଚିକିତ୍ସା ଅଧିକାରୀ ପଲ ବର୍ଟନ କହିଛନ୍ତି ଯେ ଟିକା ନେଇଥିବା ଲୋକଙ୍କୁ କେତେ ଦିନ ପୂର୍ବରୁ ସେମାନଙ୍କୁ ଟିକା ଦିଆଯାଇଛି ତାହା ଉପରେ ନିର୍ଭର କରି ଟିକାକରଣ କରାଯିବା ଉଚିତ।

ଜନସନ ଆଣ୍ଡ ଜନସନ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ଓମିକ୍ରନ ପାଇଁ ନିର୍ଦ୍ଦିଷ୍ଟ ପ୍ରକାର ଟିକା ପ୍ରସ୍ତୁତି ଉପରେ କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଛି।

ଆଷ୍ଟ୍ରା ଜେନେକା କହିଛି ଯେ ଅକ୍ସଫୋର୍ଡ ୟୁନିଭରସିଟି ସହିତ ନୂତନ ପ୍ରକାରର ଟିକା ପ୍ରସ୍ତୁତି ନେଇ ଏକ ଟିକା ପ୍ଲାଟଫର୍ମ ପ୍ରସ୍ତୁତ କରିଛି, ଯେଉଁଠାରେ ଏହି ଟିକା ତିଆରି କରାଯାଇଛି। କମ୍ପାନୀ ଅନୁଯାୟୀ, ଓମିକ୍ରନ୍‌ ବିରୋଧରେ ଆଣ୍ଟିବଡି ମିଶ୍ରଣ ପଦ୍ଧତିରେ ପରୀକ୍ଷା ଆରମ୍ଭ ହୋଇଛି।

ଓମିକ୍ରନ ବିରୋଧରେ ସ୍ପୁଟନିକ-ଭି ଟିକା ପ୍ରଭାବଶାଳୀ। କିନ୍ତୁ ରୁଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠି ଦ୍ୱାରା ଏକ ବୁଷ୍ଟର୍‌ ଡୋଜ ଉପରେ କାର୍ଯ୍ୟ କରାଯାଉଛି।

ନୋଭାଭାକ୍ସ କମ୍ପାନୀ ଏହା ମଧ୍ୟ କହିଛି ଯେ ଓମିକ୍ରନ୍‌ ପାଇଁ ନୂଆ ଟିକା ପ୍ରସ୍ତୁତି ଉପରେ କାମ ଆରମ୍ଭ ହୋଇ ସାରିଛି। ଜେନେଟିକ କ୍ରମ ଉପରେ ଆଧାର କରି ଏହା ଏକ ସ୍ପାଇକ ପ୍ରୋଟିନ ବିକଶିତ କରିବା ଆରମ୍ଭ କରିଛି।

ଇନୋଭିଓ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ କହିଛି ଯେ ନୂତନ ଭାରିଆଣ୍ଟ୍‌ ବିରୋଧରେ ଟିକା ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏନେଇ ପରୀକ୍ଷା କରାଯାଉଊଛି। ଏହି ପରୀକ୍ଷା ପାଇଁ ପ୍ରାୟ ଦୁଇ ସପ୍ତାହ ଲାଗିବ ବୋଲି କମ୍ପାନୀ କହିିଛି।

Share