ସୁଇଫ୍ଟ୍‌ ପେମେଣ୍ଟ୍‌ ସିଷ୍ଟମରୁ ରୁଷିଆକୁ ହଟାଇବା ଯୋଜନା…

ମସ୍କୋ,୨୭।୨ : ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷିଆ ଉପରେ ସୋସାଇଟି ଫର୍‌ ଓ୍ବାଲର୍‌ଡ ଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ ଫାଇନାନ୍ସିଆଲ୍‌ ଟେଲିକମ୍ୟୁନିକେଶନ (ସୁଇଫ୍ଟ) କଟକଣା ଲଗା ଯିବାର ଯୋଜନା କରାଯାଉଛି। ଏହାଦ୍ୱାରା ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ଚିନ୍ତା ବଢ଼ିଯାଇଛି।

ସୁଇଫ୍ଟ୍‌ ପେମେଣ୍ଟ୍‌ ସିଷ୍ଟମରୁ ରୁଷିଆ ବାଦ୍‌ ପଡ଼ିଲେ ଦେଶର କେନ୍ଦ୍ରୀୟ ବ୍ୟାଙ୍କରେ ଥିବା ୬୩୦ ବିଲିୟନ୍‌ ବୈଦେଶିକ ମୁଦ୍ରା ଭଣ୍ଡାର ବ୍ୟବହାର ଆଉ ପୁଟିନ୍‌ କରିପାରିବେ ନାହିଁ। କେବଳ ସୁଇଫ୍ଟ୍‌ କୋଡ ମାଧ୍ୟମରେ ବିଦେଶରୁ ଟଙ୍କା ପଠାଯାଏ କିମ୍ବା ଅଣାଯାଏ ପାରିଥାଏ।

ଗ୍ଲୋବାଲ ବ୍ୟାଙ୍କିଙ୍ଗର ଏହା ହେଉଛି ସବୁଠାରୁ ବଡ଼ ମାଧ୍ୟମ। ଏହି କଟକଣା ଲାଗିଲେ ପୁଟିନ୍‌ ଏଣିକି ବିଶ୍ୱର ଏହି ମୁଖ୍ୟ ଅନ୍ତର୍ଜାତୀୟ ପେମେଣ୍ଟ ନେଟୱାର୍କ ଆଉ ବ୍ୟବହାର କରିପାରିବେ ନାହିଁ।

ଏନେଇ ୟୁରୋପୀୟ କମିଶନର ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ, କାନାଡା ଆମେରିକା ମିଳିତ ହୋଇଛନ୍ତି।

ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ ଡେ ଲେନ କହିଛନ୍ତି ଯେ ପୁଟିନଙ୍କୁ ରୁଷିଆ କେନ୍ଦ୍ରୀୟ ବ୍ୟାଙ୍କରେ ଗଚ୍ଛିତ ଥିବା ବୈଦେଶିକ ମୁଦ୍ରା ଭଣ୍ଡାରର ୬୩୦ ବିଲିୟନ ଡଲାର ବ୍ୟବହାର ନକରିବାକୁ ଲକ୍ଷ୍ୟ ରଖାଯାଇଛି।

Share