ପୁନର୍ବାର ପ୍ରତିମୂର୍ତ୍ତି ଉନ୍ମୋଚନ ଯୋଜନା ବାତିଲ

ପାରାଦୀପ,୩୧।୧୨(ଶରତ ରାଉତ):ପାରାଦୀପ ନୂଆବଜାର ଖଣ୍ଡିଆପାର୍କଠାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଘଟଣାକୁ ନେଇ ସୋମବାର ପାରାଦୀପ ରାଜନୀତି ଉଷ୍ମ ହୋଇଛି। ସକାଳୁ ସା ପର୍ଯ୍ୟନ୍ତ ପ୍ରତିମୂର୍ତ୍ତିକୁ ପୁନର୍ବାର ଉଦ୍‌ଘାଟନ କରାଯିବ ବୋଲି ପ୍ରସ୍ତୁତି ହୋଇଥିଲା। ଏପରିକି ନୂତନ ଫଳକ ମଧ୍ୟ ଆସି ଯାଇଥିଲା। ମାତ୍ର ଏହି ଉଦ୍‌ଘାଟନକୁ ବିରୋଧ କରାଯିବ ବୋଲି ଜଣାପଡ଼ିବା ପରେ ସାରେ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ରାଷ୍ଟ୍ରୀୟ ଶୋକ ଚାଲିଥିବାରୁ ଏପରି କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି।
ଖଣ୍ଡିଆପାର୍କଠାରେ ୨୦୨୧ରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ସେତେବେଳେ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ପାରାଦୀପ ବନ୍ଦର ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ବନ୍ଦର ପ୍ରଶାସନ ଏହା କରିବ ବୋଲି ସେତେବେଳେ ସ୍ବୀକୃତି ଦେବା ସହ ତତ୍କାଳୀନ ଅଧ୍ୟକ୍ଷ ରିଙ୍କେଶ ରାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୧ ଡିସେମ୍ବର ୨୫ରେ ବାଜପେୟୀଙ୍କ ଜୟନ୍ତୀ ଉପଲକ୍ଷେ ଏହା କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ସେତେବେଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଉନ୍ମୋଚନ କରିବେ ବୋଲି ସ୍ଥିର କରାଯାଇଥିଲା। ମାତ୍ର ପାରାଦୀପ ବନ୍ଦର ପ୍ରଶାସନ ସେହି ପ୍ରତିମୂର୍ତ୍ତିକୁ ଧାର୍ଯ୍ୟ ସମୟରେ ଦେଇପାରିଲେ ନାହିଁ। ସେତେବେଳେ ଅପରାଜିତାଙ୍କ ସମର୍ଥକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ସମ୍ପର୍କ ସେତେ ଭଲ ନ ଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଏପରି ବିବାଦୀୟ ସ୍ଥିତିରେ ଟ୍ରଷ୍ଟ ପକ୍ଷରୁ ନୂଆ ପ୍ରତିମୂର୍ତ୍ତି ଆଣି ସେଦିନ (୨୫ା୧୨ା୨୦୨୧) ଲୋକାର୍ପଣ କରାଯାଇଥିଲା। ସେବେଠାରୁ ପାରାଦୀପ ଭାଜପା ମଧ୍ୟରେ ବିବାଦ ଲାଗି ରହିଥିଲା। କେତେଜଣ କର୍ମୀଙ୍କୁ ଦଳରୁ ନିଲମ୍ବନ ମଧ୍ୟ କରାଯାଇଥିଲା। ଉକ୍ତ ପ୍ରତିମୂର୍ତ୍ତି ସ୍ଥଳକୁ ପ୍ରାୟତଃ ରାଜ୍ୟ ଓ କେନ୍ଦ୍ର ଭାଜପା ନେତା ଯାଉ ନ ଥିଲେ। ୨୦୨୨ରେ ତତ୍କାଳୀନ ଭାଜପା ରାଜ୍ୟ ଅଧ୍ୟକ୍ଷ ସମୀର ମହାନ୍ତି ପାରାଦୀପ ଗସ୍ତ ବେଳେ ପ୍ରଥମଥର ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଚଳିତ ବର୍ଷ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦ୍‌ଘାଟନ କରିବାକୁ ଯିବାବେଳେ ଉକ୍ତ ପ୍ରତିମୂର୍ତ୍ତି ପାଖରେ ଅଟକି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରତିମୂର୍ତ୍ତି ପରିସରରେ ଅନାବନା ଗଛ ଉଠିଯାଇଥିଲା।
ଅପରପକ୍ଷେ ବିବାଦ ଭିତରେ ବାଜପେୟୀଙ୍କ ନାମରେ ପାରାଦୀପରେ ଦୁଇଟି ଟ୍ରଷ୍ଟ ହୋଇଛି। ଗୋଟିଏ ପକ୍ଷ ଜୟନ୍ତୀ ପାଳନ କରୁଥିବା ବେଳେ ଅନ୍ୟଟି ପାରାଦୀପ ମହୋତ୍ସବ କରୁଛନ୍ତି। ଚଳିତବର୍ଷ ପାରାଦୀପ ପୌରପରିଷଦ ପକ୍ଷରୁ ବାଜପେୟୀଙ୍କ ପ୍ରତିମୂର୍ତ୍ତି ପରିସରରେ ମରାମତି କାର୍ଯ୍ୟ କରାଯିବା ସହ ରଙ୍ଗ ଦିଆଯାଇଛି। ଏହି କାମ ଆଳରେ ପ୍ରତିମୂର୍ତ୍ତି ଉଦ୍‌ଘାଟନ ହେବ ବୋଲି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ଉଦ୍‌ଘାଟନ କରିବା ପାଇଁ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସ୍ଥାନୀୟ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଜଗତ୍‌ସିଂହପୁର ଏମ୍‌ପି ବିଭୁପ୍ରସାଦ ତରାଇ ଉପସ୍ଥିତ ରହିବେ ବୋଲି ଫଳକରେ ଦର୍ଶାଯାଇଥିଲା।
ଘଟଣା ସମ୍ପର୍କରେ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ଅଧ୍ୟକ୍ଷ ଅଜିତ କୁମାର ଦାସ କୁହନ୍ତି, ଆମେ ଏହାକୁ ଥରେ ଉଦ୍‌ଘାଟନ କରିସାରିଛୁ। ମଙ୍ଗଳବାର ପୌରପରିଷଦ ପକ୍ଷରୁ ଆୟୋଜିତ ଉଦ୍‌ଘାଟନକୁ ବିରୋଧ କରିଥା’ନ୍ତୁ। ତେବେ ଯାହା ହେଉ ପ୍ରଶାସନ ଶେଷ ସମୟରେ ପ୍ରତ୍ୟାହାର କରିନେଇଛନ୍ତି।
ଘଟଣା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କୁ ପଚାରିଲେ କୁହନ୍ତି, ଆମେ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରି ନ ଥା’ନ୍ତୁ। ଆମର ଯେଉଁ ନୂଆ କାମ ହୋଇଛି ତାହା ଉଦ୍‌ଘାଟନ ହୋଇଥା’ନ୍ତା। କିନ୍ତୁ ଦିବଂଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ରାଷ୍ଟ୍ରୀୟ ଶୋକ ଥିବାରୁ ତାହା ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଧମକ

ନୂଆଦିଲ୍ଲୀ, ୨୧।୪:ଦିଲ୍ଲୀର ଏକ ଅଦାଲତର କୋର୍ଟରୁମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମହିଳା ବିଚାରପତିଙ୍କୁ ଧମକ ଦେବା...

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

କନିଷ୍ଠ ଯନ୍ତ୍ରୀଙ୍କୁ ଛାଡୁନି ଚୌକି ମୋହ: ବଦଳି ଆଦେଶକୁ ବେଖାତିର୍‌

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟାଳୟରେ ଅନେକ ଅଧିକାରୀ, କର୍ମଚାରୀ ଦୀର୍ଘବର୍ଷ ଧରି ଅବସ୍ଥାପିତ ରହିଛି। ସମ୍ପୃକ୍ତ କାର୍ଯ୍ୟାଳୟରେ ସେମାନଙ୍କ ଚୌକି...

ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ...

ଫାର୍ମପଣ୍ଡ ଖନନ ନାମରେ ଟଙ୍କା ଆତ୍ମସାତ୍‌ ଘଟଣା: ତଦନ୍ତର ୨ମାସ ବିତିଲା, କାର୍ଯ୍ୟାନୁଷ୍ଠାନ ଶୂନ

ନୂଆପଡ଼ା,୨୧ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଠିକପାଲି ପଞ୍ଚାୟତ ବାବୁପାଲି ଗାଁରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫାର୍ମପଣ୍ଡ (ଚହଲା) ଖନନ କରାଯାଇଛି। ସେଥିରୁ ଗୋଟିଏ ଚହଲାକୁ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

ପରିବାରକୁ ମିସ୍‌ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ

ମୁମ୍ବାଇ,୨୧।୪: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଉର ରାଣା ଭାରତ ଆସିବା ପରେ ତାଙ୍କ ପରିବାରକୁ ମିସ କରିବା ଆରମ୍ଭ କରିଛି। ସେ ତାଙ୍କ ପରିବାର...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image