ଦେଢ଼କୋଟି ଟଙ୍କାର ସାପ ବିଷ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଗ୍ରାହକ ସାଜି ବାନ୍ଧିଲା ପୋଲିସ

ଦେବଗଡ଼,୨୦ା୧୧(ଡି.ଏନ୍‌.ଏ.): ସାପ ବିଷ ଚୋରାଚାଲାଣ ରାକେଟର ପର୍ଦ୍ଦାଫାଶ ହୋଇଛି। ସାପ ବିଷ ବିକ୍ରି ପାଇଁ ଉଦ୍ୟମ କରୁଥିବାବେଳେ ଗ୍ରାହକ ସାଜି ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଦେବଗଡ଼ ଜିଲାର ସ୍ବତନ୍ତ୍ର ପୋଲିସ ଟିମ୍‌ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ୧ କେଜି ସାପ ବିଷ ଜବତ କରିବା ସହ ସମ୍ବଲପୁର ଜିଲାର ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ସମ୍ବଲପୁର ସାଖିପଡ଼ାର ରଞ୍ଜନ କୁମାର ପାଢ଼ୀ, ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ। ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ।

Share