କଣାସ ବ୍ଲକରେ ଫଳକଭଙ୍ଗା ରାଜନୀତି

କଣାସ,୮ା୧(ବିଭୁତି ଭୂଷଣ ତ୍ରିପାଠୀ):ପୁରୀ ଜିଲା କଣାସ ବ୍ଲକର ନୂଆଜଗନ୍ନାଥ ସଡ଼କ ବାଦୁରାବର ଠାରୁ ବଡ଼ାଲ, ଗୋପୀନାଥପୁର ଦେଇ କରମଳାକୁ ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଜାନୁଆରୀ ୪ ତାରିଖରେ ପୁରୀ ଏମ୍‌ପି ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ବାଦୁରାବରଠାରେ ଶିଳାନ୍ୟାସ କରିଥିଲେ। ଏହି ଶିଳାନ୍ୟାସ ଫଳକକୁ କୌଣସି ବ୍ୟକ୍ତି ସେହି ଦିନ ରାତିରେ ଭାଙ୍ଗି ଦେଇଥିବା ଅଭିଯୋଗ ହେବାରୁ ଗଡ଼ିଶାଗୋଦା ଥାନା ପୋଲିସ ଗ୍ରାମର ସୁଶାନ୍ତ ପ୍ରଧାନଙ୍କୁ ସୋମବାର ରାତିରେ ଉଠାଇ ଆଣିଥିଲେ। ପଳରେ ବିଜେଡିର ୫୦ରୁ ଅଧିକ କର୍ମୀ ମଙ୍ଗଳବାର ଦିନସାରା ଗଡ଼ିଶାଗୋଦା ଥାନା ଆଗରେ ଧାରଣାରେ ବସି ରହିଥିଲେ।
ସମର୍ଥକ ସୁମତୀ ପ୍ରଧାନ ଗଡ଼ିଶାଗୋଦା ଥାନାରେ ପୂର୍ବରୁ ଏକ ଏତଲା ଦେଇଥିଲେ ଯେ, ସେହି ଗ୍ରାମର ୫ରୁ ୭ଜଣ ଭାଜପା ସମର୍ଥକ ବିଭିନ୍ନ ମାରଣାସ୍ତ୍ର ଧରି ଧମକ ଚମକ ଦେଉଛନ୍ତି। ପୋଲିସ ସେମାନଙ୍କ ପ୍ରତି ନୀରବଦ୍ରଷ୍ଟା ରହିଥିବା ବେଳେ ଅଭିଯୋଗ ନ ଥାଇ କାହିଁକି ତାଙ୍କ ସ୍ବାମୀଙ୍କୁ ପୋଲିସ ଧରି ନେଇଛି ବୋଲି ପ୍ରଶ୍ନ କରିଛନ୍ତି। ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଥାନାରେ ପହଞ୍ଚତ୍ ଆଇଆଇସି ଦୁର୍ଗାଚରଣ ମହାପାତ୍ରଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଖୁବ୍‌ଶୀଘ୍ର ଆତଙ୍କ ସୃଷ୍ଟି କରୁଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ନ୍ୟପକ୍ଷରେ କଣାସ ଭାଜପା ସମର୍ଥତ୍ତ ସରପଞ୍ଚ ଭଗବାନ ସୁବୁଦ୍ଧି କହିଛନ୍ତି, ଫଳକଭଙ୍ଗା ଘଟଣା ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଗଡ଼ିଶାଗୋଦା ଥାନାରେ ଏତଲା ଦେବା ପରେ ଥାନାଧିକାରୀ ଦୁର୍ଗାଚରଣ ମହାପାତ୍ର ବାଦୁରାବର ଗ୍ରାମର ସୁଶାନ୍ତ ପ୍ରଧାନଙ୍କୁ ଥାନାକୁ ଆଣିଥିଲେ। ଏହି ଘଟଣାରେ ପୋଲିସ୍‌ ଉପରେ କୌଣସି ରାଜନୈତିକ ଚାପ ପଡିନାହିଁ ବୋଲି ସୁବୁଦ୍ଧି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image