ଝାରସୁଗୁଡା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ

ଝାରସୁଗୁଡା ଅଫିସ,୨୫।୮: ଝାରସୁଗୁଡା ଜିଲା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଜରିଆରେ ଚିକିତ୍ସା ଆରମ୍ଭ କରାଯାଇଛି। ସୋମବାର ଏହି ହସ୍ପିଟାଲରେ ଦୁଇ ଜଣ ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା କରାଯାଇଥିଲା। ଏ ନେଇ ଜିଲାପାଳ ସରୋଜ କୁମାର ସାମଲ ଟୁଇଟ୍‌କରି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ମଙ୍ଗଳବାର ସୁଦ୍ଧା ଜିଲାରେ ୮୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩୮ ଜଣ ସୁସ୍ଥହୋଇ ଘରକୁ ଫେରିଥିବା ବେଳେ ୩୦୭ଜଣ ଚିକିତ୍ସିତ ହେଉଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି।

Share