ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ପ୍ଲାଜମା ଥେରାପି ଆରମ୍ଭ ହେବ। ଭୁବନେଶ୍ୱରର ସମ୍, କିମ୍ସ ଓ କଟକ ଅଶ୍ୱିନୀରେ ଏହି ପ୍ଲାଜମା ଥେରାପି ଆରମ୍ଭ ହେବ। କଟକ ଏସ୍ସିବି ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡ଼ାଲ ସେଣ୍ଟର ହେବ। ମଙ୍ଗଳବାର ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏ ନେଇ ସୂଚନା ଦିଆଯାଇଛି।