ନୂଆଦିଲ୍ଲୀ, ୨୫।୯: କରୋନା ଆକ୍ରାନ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସାକେତ୍ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ପ୍ଲାଜମା ଥେରାପି ଦିଆଯାଇଛି। ୨୪ ସେପ୍ଟେମ୍ବରରେ ସିସୋଦିଆଙ୍କୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇ ମ୍ୟାକ୍ସ ହସ୍ପିଟାଲରେ ଆଡ୍ମିଟ୍ କରାଯାଇଥିଲା। ମନୀଷ ୧୪ ସେପ୍ଟେମ୍ବରରେ କରୋନା ଆକ୍ରାନ୍ତ ହୋଇ ଘରେ ଆଇସୋଲେଶନରେ ଥିଲେ। କିନ୍ତୁ ଜ୍ୱର ଓ ଅକ୍ସିଜେନ କମିଯିବା ଯୋଗୁ ୨୩ ସେପ୍ଟେମ୍ବରରେ ମନୀଷଙ୍କୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ସହିତ ସେ ପରେ ଡେଙ୍ଗୁରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଉଭୟ କରୋନା ଓ ଡେଙ୍ଗୁ ଯୋଗୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଚିନ୍ତାଜନକ ହୋଇଯାଇଥିଲା।
Posted inକରୋନା ଭାଇରସ୍, ଜାତୀୟ