ପ୍ଲାଜମା ଦାନ କରିବେ ଶ୍ରୀମନ୍ଦିର ସେବାୟତ

ପୁରୀ ଅଫିସ, ୧୨।୧୦: ମହାମାରୀ କରୋନା ସହିତ ଲଢ଼ି ବିଜୟୀ ହୋଇଥିବା ୮ ଯୁବ ସେବାୟତ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି। କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ଲାଜମା ଚିକିତ୍ସା ସଫଳ ହେଉଥିବାରୁ ଅନ୍ୟ ମାନଙ୍କ ଜୀବନ ରକ୍ଷା ଲାଗି ଏମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ସୋମବାର ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପ୍ଲାଜମା ଦେବା ପୂର୍ବରୁ ଯେଉଁ ସବୁ ଟେଷ୍ଟ ରହିଛି ତାହା କରାଯିବ। ପରେ ଯେଉଁମାନେ ପ୍ଲାଜମା ଦେବାପାଇଁ ଯୋଗ୍ୟ ବିବେଚିତ ବେବେ ସେମାନଙ୍କଠାରୁ ସଂଗ୍ରହ କରାଯିବ। ସେମାନଙ୍କ ମଧ୍ୟରେ ଅଛନ୍ତି ମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା, ଅନନ୍ତ ତିଆଡ଼ି ପ୍ରମୁଖ ।

Share