ବାରିପଦା ଅଫିସ,୨୪ା୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଳକ ସାରମୁଳା ପଞ୍ଚାୟତ ଗୋବରା ଅଙ୍ଗନୱାଡି କେନ୍ଦ୍ରର ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଆୟୁଷ୍ମାନ ବେହେରା, ଜ୍ୟୋତିକ୍ରିଷ୍ଣା ବେହେରା, ବୈଷ୍ଣବୀ ବେହେରା।
ଶୁକ୍ରବାର କେନ୍ଦ୍ରରେ ଛାତ୍ରୀଛାତ୍ରମାନେ ଖାଉଥିବା ସମୟରେ ଛାତରୁ ପ୍ଲାଷ୍ଟର ଖସି ସେମାନଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ପୁରୁଣା ଅଙ୍ଗନୱାଡି କେନ୍ଦ୍ରକୁ ପୁନରୁଦ୍ଧାର କରାଯାଇ ନ ଥିବା ଓ ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ଘଟଣା ଘଟିଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ଅଧିକାରୀମାନେ ମୁହଁ ଖୋଲୁ ନ ଥିବାରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।