୫-ଟି ସ୍କୁଲ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସି ୫ ଛାତ୍ରୀ ଆହତ

ଚଣ୍ଡିଖୋଲ,୩।୭(ପ୍ରଦୀପ୍ତ କୁମାର ପୃଷ୍ଟି):ବଡ଼ଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତର ମା’ ମଲିହାଶୁଣୀ ୫-ଟି ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଛାତରୁ ପ୍ଲାଷ୍ଟର ଖଣ୍ଡ ଖସିପଡ଼ିଛି। ପ୍ରାର୍ଥନା ସାରି ଛାତ୍ରୀଛାତ୍ର ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ମାତ୍ରେ ସେମାନଙ୍କ ଉପରେ ଛାତର ପ୍ଲାଷ୍ଟର ଖଣ୍ଡ ପଡ଼ିବାରୁ ଛାତ୍ରୀ ଗାୟତ୍ରୀ ସିଂହ, ଦୀପ୍ତିମୟୀ ସେଠୀ, ଇତିଶ୍ରୀ ଦାସ, ଶୁଭଲକ୍ଷ୍ମୀ ସାମଲ ଓ ତୃପ୍ତିମୟୀ ସାମଲ ଆହତ ହୋଇଛନ୍ତି। ଶିକ୍ଷକମାନେ ସେମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଛନ୍ତି। ଏହି ଘଟଣା ପରେ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବଡ଼ଚଣା ବିଧାୟକ ଅମର ନାୟକ ଓ ବଡ଼ଚଣା ବିଡିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
୨୦୨୧ରେ ଏହି ଉଚ୍ଚ ବିଦ୍ୟାଳୟକୁ ୫-ଟି ଅଧୀନରେ ଉନ୍ନତୀକରଣ କରାଯାଇଥିଲା। ସେତେବେଳେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ହେଲେ ଏହି ଅଭିଯୋଗକୁ କେହି କର୍ଣ୍ଣପାତ କରି ନ ଥିଲେ। ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ରହିଥିଲା। ୨୦୨୨ରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। କେବଳ ପୁରୁଣା ଘରେ ରଙ୍ଗ ବୋଳି ଏହାର କଂକ୍ରିଟ ଘରକୁ ନୂଆ ଦର୍ଶାଯାଇଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ସ୍ମାର୍ଟ କ୍ଲାସ ରୁମକୁ କେବଳ ରଙ୍ଗ ବୋଳି ନୂଆ ବୋଲି ଦର୍ଶାଯାଇଛି। ଏଭଳି ବିପଦ ପୂର୍ଣ୍ଣ ଗୃହରେ ଛାତ୍ରୀଛାତ୍ରମାନଙ୍କୁ ବସାଇ ପାଠ ପଢିବାକୁ ଅଭିଭାବକ ଭୟ କରୁଛନ୍ତି। ୫-ଟି ନାମରେ ୫୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଥିଲା। ତେଣୁ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି, ପୁରୁଣା ଛାତର ରଡ୍‌ କଳଙ୍କି ଲାଗିଗଲାଣି। ସେଥିପାଇଁ ଛାତରୁ ଖଣ୍ଡଖଣ୍ଡ ପ୍ଲାଷ୍ଟର ଗଳିପଡୁଛି। ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବିଦ୍ୟାଳୟକୁ ପଠାଯାଇଛି। ସେମାନେ ତଦନ୍ତ କରି ରିପୋର୍ଟ ଦେଲାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ

ପୁରୁଷୋତ୍ତମପୁର,୫।୭(ସିମାଞ୍ଚଳ ମିଶ୍ର) ସର୍ବଭାରତୀୟ ସ୍ତରରେ ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଡିଏସ୍‌(ଇଣ୍ଡିଆନ ମିଲିଟାରୀ ପରୀକ୍ଷା)ରେ ଗଞ୍ଜାମ ଜିଲା ପୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥ ସାହିର ସ୍ବନ୍ଦନଦାଶ...

୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ପାରାଦୀପ,୫ା୭: ଜଗତ୍‌ସିଂହପୁର ଜିଲା ପାରାଦୀପରେ ୩ ଦିନର ନବଜାତ ଶିଶୁପୁତ୍ରଙ୍କୁ ୧ ଲକ୍ଷ ଟଙ୍କାରେ ଜଣେ ଅସହାୟ ମହିଳା ବିକ୍ରିକରି ଦେଇଥିଲେ। ହେଲେ ବିକ୍ରି ହୋଇଥିବା...

ଲାଞ୍ଚ ନେଉଥିବାବେଳେ ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା,୫।୭(ପ୍ରଭାତ ପାଣିଗ୍ରାହୀ): ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲ ସିକୋ ଆରଆଇ ବିଶେଶ୍ୱର ରାଏ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ...

ସଇଁତଳାରେ ବ୍ୟାପିଲା ଡେଙ୍ଗୁ: ୧୮ ଆକ୍ରାନ୍ତ ଚିହ୍ନଟ

ସଇଁତଳା,୫।୭: ବଲାଙ୍ଗୀର ଜିଲା ସଇଁତଳା ସହରରେ ଦିନକୁ ଦିନ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ସହରରେ ମୋଟ ୧୮ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧...

ସ୍ବାମୀଙ୍କ ତୀରମାଡ଼ରେ ସ୍ତ୍ରୀ ଗୁରୁତର

ପାଟଣା,୫ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ହରିଡ଼ାଗୋଠ ଗ୍ରାମରେ ଗୁରୁବାର ରାତିରେ ଜଣେ ମହିଳାଙ୍କ ତାଙ୍କ ସ୍ବାମୀ ତୀରମାଡ଼ କରିଥିବା ବାପଘର ଲୋକେ ଅଭିଯୋଗ...

ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଲକାନଗିରି,୫ା୭: ଛତିଶଗଡ଼ ନାରାୟଣପୁର ତେଲାଙ୍ଗୁର ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ପୋଲିସ କହିଛି। ଘଟଣାସ୍ଥଳରୁ କିଛି ମାଓବାଦୀ...

ଜବରଦଖଲରେ ପଦ୍ମପୁରର ପୋଖରୀ

ପଦ୍ମପୁର,୫।୭(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୭ଟି ପୋଖରୀଗୁଡିକ ଅବସ୍ଥା ଶୋଚନୀୟ ହୋଇପଡିଛି। କେଉଁଠାରେ ପୋଖରୀ ପୋତି ହୋଇଗଲାଣି ତ...

ଗର୍ଜନବାହାଲ କୋଇଲା ଖଣିରେ ଫୁଟିଲା ଗୁଳି: ୩ ଆହତ, ୧୦ ଅଟକ

ସୁନ୍ଦରଗଡ଼,୫ା୭(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ସ୍ଥିତ ଗର୍ଜନବାହାଲ କୋଇଲା ଖଣି ନିକଟ ବରପାଲିରେ ଥିବା ଏକ କୋଲ ଓ୍ବାସେରୀରେ ଗୁରୁବାର ସନ୍ଧ୍ୟାରେ ଗୁଳିକାଣ୍ଡ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri