ଆରଡ଼ି,୧୮ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ଆରଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀ ଦେଖା ଗୃହ ଛାତରୁ ଗୁରୁବାର ପ୍ଲାଷ୍ଟର ଖସିପଡ଼ିଛି। ସୌଭାଗ୍ୟବଶତଃ ଏଠାରେ ବସିଥିବା ରୋଗୀମାନଙ୍କ ପାଖରେ ପଡ଼ିଥିଲା। ଫଳରେ କୌଣସି ରୋଗୀ ଆହତ ହୋଇନାହାନ୍ତି। ଜିଲାର ପର୍ଯ୍ୟଟନ କେନ୍ଦ୍ର ତଥା ଆଖଣ୍ଡଳମଣିଙ୍କ ପୀଠ ଆରଡିରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ସରକାରୀ ଉଦାସୀନତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ପାଇଁ ଉପଯୁକ୍ତ ସେବାଗୃହ ନିର୍ମାଣ କରିବାକୁ ବାରମ୍ବାର ଦାବି ହେଉଥିଲେ ବି ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।