Posted inUncategorized

ପୁରୁଣା କନ୍‌ଭେୟର ବେଲ୍ଟଲାଇନ ଆବଦ୍ଧରୁ ପ୍ଲାଷ୍ଟର ଖସୁଛି

ପାରାଦୀପ,୨୯।୧(ସ୍ବ.ପ୍ର.): ପାରାଦୀପର ସବୁଠାରୁ ପୁରୁଣା, ଶକ୍ତ କନ୍‌ଭେୟର ବେଲ୍ଟଲାଇନକୁ ଆବଦ୍ଧ କରିଥିବା କଂକ୍ରିଟ୍‌ରୁ ସିମେଣ୍ଟ ପ୍ଲାଷ୍ଟର କିଛିଦିନ ହେଲା ଖସିବାରେ ଲାଗିଛି, ଯାହାକୁ ନେଇ ଉକ୍ତ ବେଲ୍ଟଲାଇନ ତଳେ ଥିବା ବସ୍ତିର ଲୋକମାନେ ଅଭିଯୋଗ କରିଥିଲେ। ଏପରି ଅଭିଯୋଗ ଉଠିବା ପରେ ପିପିଏଲ୍‌ କମ୍ପାନୀ ଦୀର୍ଘସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।
୧୯୮୨ରେ ଭାରତ ଓ ନାଉରୁ ସରକାରଙ୍କ ସହଭାଗିତାରେ ପିପିଏଲ୍‌ ସାର କାରଖାନା ନିର୍ମାଣ ହୋଇଥିଲା। ଭାରତର ନବରତ୍ନା କମ୍ପାନୀ ମଧ୍ୟରୁ ପିପିଏଲ୍‌ ଅନ୍ୟତମ ଭାବେ ମାନ୍ୟତା ପାଇଛି। ୧୯୮୦ ଦଶକରେ ଏହି କନ୍‌ଭେୟର ବେଲ୍ଟଲାଇନ ନିର୍ମାଣ ହୋଇଥିଲା। ବନ୍ଦର ପୋତାଶ୍ରୟ ବର୍ଥ ପାଖରୁ ପିପିଏଲ୍‌ କମ୍ପାନୀ ଉତ୍ପାଦନସ୍ଥଳ ପର୍ଯ୍ୟନ୍ତ ୩.୫ କିମି ୨ ଥାକିଆ ଏହି ବେଲ୍ଟଲାଇନ ଯୋଗେ କଞ୍ଚାମାଲ ଓ ରାସାୟନିକ ସାମଗ୍ରୀ ପରିବହନ ହୋଇଥାଏ। ବିଦେଶରୁ ଆମଦାନୀ ହେଉଥିବା ସଲ୍‌ଫ୍ୟୁରିକ୍‌ ଏସିଡ୍‌, ଫସ୍‌ଫ୍ୟୁରିକ୍‌ ଏସିଡ୍‌, ଆମୋନିଆ ଗ୍ୟାସ, ପଟାସ ଆଦି ୩୪ ପ୍ରକାର କଞ୍ଚାମାଲ ବେଲ୍ଟଲାଇନ ଜରିଆରେ କମ୍ପାନୀ ପରିସରରୁ ଯାଇଥାଏ। ସେହିପରି ଉତ୍ପାଦିତ ସାର ମଧ୍ୟ ବେଲ୍ଟଲାଇନ ଯୋଗେ ଜାହାଜକୁ ଯାଇଥାଏ। ସିମେଣ୍ଟ କଙ୍କ୍ରିଟ୍‌ ଆବଦ୍ଧ ଏହି ବେଲ୍ଟଲାଇନ ହେଉଛି କମ୍ପାନୀର ପ୍ରମୁଖ ଅଙ୍ଗ। ଏହା ୧୯୮୯-୯୦ରୁ କାର୍ଯ୍ୟକ୍ଷମ ହୋଇଥିଲା। ଏପରିକି ୧୯୯୯ ମହାବାତ୍ୟା ସମୟରେ ଏହା ଅକ୍ଷୁଣ୍ଣ ରହିଥିଲା। ଏବେ ସେହି ବେଲ୍ଟଲାଇନକୁ ଆବଦ୍ଧ କରିଥିବା କଂକ୍ରିଟରୁ ଖଣ୍ଡ ଖଣ୍ଡ ପ୍ଲାଷ୍ଟର ଖସୁଛି ବୋଲି ବେଲ୍ଟଲାଇନ ତଳେ ଥିବା ବୃନ୍ଦାବନ କଲୋନୀ ବାସିନ୍ଦା ଲୁଟୁ ମହାନ୍ତି କହିଛନ୍ତି। ଏପରିକି ସପ୍ତାହକ ତଳେ ଏକ ବଡ ପ୍ଲାଷ୍ଟର ବେଲ୍ଟଲାଇନ ମାର୍କେଟ ପାଖରେ ପଡିଥିଲା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆଲୋଚନା କରିଥିଲେ। ଏହି ଖବର କମ୍ପାନୀ ପାଇବା ପରେ ଏବେ ମରାମତି କାର୍ଯ୍ୟ ଆରମ୍ଭ କରିଛି ବୋଲି ପିପିଏଲ କର୍ପୋରେଟ ଆଫେୟାର୍ସ ଅଧିକାରୀ ସୁଧିରଞ୍ଜନ ମିଶ୍ର କହିଛନ୍ତି। ଏପରିକି ସମ୍ଭାବ୍ୟ ବିପଦକୁ ଟାଳିବାକୁ ବେଲ୍ଟଲାଇନ ଖୁଣ୍ଟରେ ଜାଲ ଘେରାଯାଇଛି। ଏହାକୁ ମଜଭୁତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ଲାଷ୍ଟର ଛଡ଼ାଯାଇ ସେହି ସ୍ଥାନରେ ପୁଣି ସିମେଣ୍ଟ କଂକ୍ରିଟ୍‌ କରାଯାଉଛି। ଉକ୍ତ କନ୍‌ଭେୟର ବେଲ୍ଟଲାଇନ ସ୍ଥାୟିତ୍ୱ ୧୦୦ ବର୍ଷ ରହିଛି। ଏପରି ବେଲ୍ଟଲାଇନ ଓଡ଼ିଶାରେ ପ୍ରଥମ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପାରାଦୀପରେ ଆଉ ୨ଟି କମ୍ପାନୀର ବେଲ୍ଟଲାଇନ ରହିଛି। ତାହା ଲୁହାଖୁଣ୍ଟ ଓ ଆଜ୍‌ବେଷ୍ଟସ ଆବଦ୍ଧ। ସେଠାରେ ମଧ୍ୟ ବେଳେବେଳେ ଆଜ୍‌ବେଷ୍ଟସ ଖସିପଡିବାର ଦୃଷ୍ଟାନ୍ତ ରହିଛି। ପଣ୍ୟ ପରିବହନ ବେଳେ ଗୁଣ୍ଡ ତଳେ ପଡିଥାଏ। ପିପିଏଲ୍‌ କମ୍ପାନୀର ଏହି ବେଲ୍ଟଲାଇନରୁ ସେପରି ହୁଏନାହିଁ। ଭାରତ ସରକାରଙ୍କ ଅଧୀନରେ ଥିବାବେଳେ ଦେବାଳିଆ ଅବସ୍ଥାକୁ ପିପିଏଲ୍‌ ଚାଲି ଯାଇଥିଲା। ୨୦୦୫ରେ ଏହାକୁ ଆଡ୍‌ଭେଣ୍ଟେଜ୍‌ ଗ୍ରୁପ ଏହାର ମାଲିକାନା ପାଇବା ସହ ପରିଚାଳନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ...

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ପାଣିପାଗ...

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri