ପ୍ଲାଷ୍ଟିକ ମୁକ୍ତ ଜଙ୍ଗଲ ଲକ୍ଷରେ କେନ୍ଦୁଝର ବନ ବିଭାଗ

କେନ୍ଦୁଝର,୨୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମେଗା ନର୍ସରିରେ ଜିଲା ବନ ବିଭାଗ ପ୍ଲାଷ୍ଟିକ ମୁକ୍ତ ଜଙ୍ଗଲ ପାଇଁ ଉଦ୍ୟମ ଆରମ୍ଭ କରିଛି। କେନ୍ଦୁଝର ବନ ବିଭାଗ ଏବଂ ପୋଲିପ୍ରିଣ୍ଟେକ୍ସ ସଂସ୍ଥା ସହଯୋଗରେ ବୃକ୍ଷ ରୋପଣରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ କିଭଳି ପୁର୍ନବାର ବ୍ୟବହାର ଯୋଗ୍ୟ ହୋଇପାରିବ ସେଥିପାଇଁ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଥିରେ ବନ ବିଭାଗର ବିଭିନ୍ନ ରେଞ୍ଜରୁ ପାଖାପାଖି ୨୦ ଟନ ବ୍ୟବହୃତ ପ୍ଲାଷ୍ଟିକ ଉଦ୍ଧାର କରାଯାଇଛି। ଏହାକୁ ବିକ୍ରି କରି ପୁନଃ ବ୍ୟବହୃତ କରିବାକୁ ବନ ବିଭାଗ ପଦକ୍ଷେପ ନେଇଛି। ବୃକ୍ଷ ରୋପଣରେ ବ୍ୟବହୃତ ପ୍ଲାଷ୍ଟିକ ଯେପରି ବନ୍ୟଜନ୍ତୁ ମାନଙ୍କୁ କ୍ଷତି ନ ପହଞ୍ଚାଇବ ସେଥିପାଇଁ ବନ ବିଭାଗର ପ୍ରୟାସ ଜାରି ରହିଛି। ଏହି କାର୍ଯ୍ୟକ୍ରମରେ ଡିଏଫ ଓ ଧନରାଜ ଏଚଡି,ଏସିଏଫ ଜିତେନ୍ଦ୍ର କୁମାର ବେହେରା,ସଦର ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।