ଗାଈ କ୍ଷୀର, ଗୋବର, ମୂତ୍ରରେ ପ୍ଲାଷ୍ଟିକ୍‌ କଣିକା

ପଟ୍ଟାମୁଣ୍ଡାଇ,୨୫୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବହୁଳ ପଲିଥିନ, ପ୍ଲାଷ୍ଟିକ୍‌ ବର୍ଜ୍ୟ ଲୋକମାନଙ୍କ ପାଇଁ ଅଭିଶାପ ପାଲଟିଛି। ପ୍ଲାଷ୍ଟିକ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ଏହା ବର୍ଜ୍ୟବସ୍ତୁରେ ପରିଣତ ହୋଇ ଚାରିଆଡ଼େ ପଡ଼ିରହୁଛି। ଏହାଦ୍ୱାରା ଗୋରୁ, ଛେଳି, ମେଣ୍ଢା ପ୍ରଭୃତି ପ୍ରଭାବିତ ହେଉଛନ୍ତି। ଏପରିକି କିଛି ଗୃହପାଳିତ ପ୍ରାଣୀ ପଲିଥିନକୁ ଖାଦ୍ୟ ଭାବି ଗିଳି ଦେଉଛନ୍ତି। ଯାହାଙ୍କ କ୍ଷୀର ଲୋକେ ଖାଇ ରୋଗର ଶିକାର ହେଉଛନ୍ତି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ବୁଦ୍ଧିଜୀବୀ ପ୍ରେମାନନ୍ଦ ପଣ୍ଡା କହିଛନ୍ତି, ପଟ୍ଟାମୁଣ୍ଡାଇ ସହରରେ ହୋଟେଲ ଓ ଜନବସତିରେ କୁଢ଼କୁଢ଼ ପ୍ଲାଷ୍ଟିକ୍‌ ଗଦା ହୋଇଛି। ଛିଣ୍ଡା ପାଲ, ପ୍ଲାଷ୍ଟିକ, ପଲିଥିନ, ସୋଲ ସମେତ ଘରର ନିତ୍ୟବ୍ୟବହୃତ ଜିନିଷ ଗଦା ହେଉଛି। ଏପରି କି କିଛି ସ୍ଥାନରେ ମୁକ୍ତ ଶୌଚାଳୟ ପାଲଟିଛି। ପ୍ଲାଷ୍ଟିକ, ଥର୍ମୋକୁଲ ବେଶିଦିନ ପଡ଼ି ରହି ମାଇକ୍ରୋ ପ୍ଲାଷ୍ଟିକ୍‌ରେ ପରିଣତ ହେଉଥିବାବେଳେ ଏସବୁକୁ ଗୃହପାଳିତ ପ୍ରାଣୀ ଖାଇ ଦେଉଛନ୍ତି। ଯାହା ପାଇଁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ପୁଣି ଏହି ଗାଈ କ୍ଷୀର ମଣିଷ ଖାଇବା ଦ୍ୱାରା ମଣିଷ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହେଉଛି। ସୁରକ୍ଷା ଲାଗି କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ସଚେତନ କରାଯାଉଛି। ଅଥଚ ପ୍ଲାଷ୍ଟିକ୍‌ରେ ରୁନ୍ଧି ହୋଇଯାଉଥିବା ପ୍ରଶାସନର ଅବହେଳା ପଦାରେ ପଡୁଛି। ଡାକ୍ତର ନିରାକାର ସେଠୀ କହିଛନ୍ତି, ପୂର୍ବେ ଗ୍ରାମଗୁଡ଼ିକରେ ଘରୋଇ ଦୁଗ୍ଧ ପାଇଁ ଲୋକେ ଗାଈ ପାଳୁଥିଲେ। ସେମାନେ କ୍ଷେତରେ ଘାସ ଚରନ୍ତି ଏବଂ ଗୋରକ୍ଷକ କଟା ଘାସ ରାତିରେ ଦିଅନ୍ତି। ସେହି ଗାଈମାନେ ଦେଉଥିବା କ୍ଷୀରକୁ ଲୋକେ ପିଇବା ଦ୍ୱାର ଅନେକ ଲାଭ ମିଳେ। ଗାଈ କ୍ଷୀରରେ କ୍ୟାଲସିୟମ୍‌, ଭିଟାମିନ୍‌-ବି, ଫସ୍‌ଫରସ୍‌ ଏବଂ ପ୍ରୋଟିନ୍‌ ଭଳି ଉପାଦାନ ରହିଥାଏ। କ୍ଷୀରରେ ଭିଟାମିନ୍‌ ଡି’ ଭରପୂର ଥିବାରୁ କର୍କଟ ପ୍ରତିରୋଧ ଶକ୍ତି ବଢ଼େ, ଆଖି ପାଇଁ ଲାଭଦାୟକ, ହୃଦୟ ସୁସ୍ଥ ରୁହେ ଓ ପ୍ରତିରକ୍ଷା ପ୍ରଣାଳୀ ଶକ୍ତିଶାଳୀ ହୁଏ। କିନ୍ତୁ ଏବେକାର କ୍ଷୀରରେ ଏ ସବୁ ପ୍ରାୟତଃ ମିଳୁନାହିଁ। ଗୋ ଚାଷୀ ସୁଶାନ୍ତି ସାମଲ କହିଛନ୍ତି, ଘରୋଇ ଗୋରୁଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ଏହାର ମୁଖ୍ୟ କାରଣ ହେଉଛି ଚାରଣ ଭୂଇଁ। ଏବେ ଚାରଣ ଭୂଇଁ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲି ଯାଇଥିବା ବେଳେ ଗଁା ଗହଳିରେ ଥିବା ଗୋଚର, ଅନାବାଦୀ, ନୟନଯୋରିକୁ ପୋତାଯାଇ ସରକାରୀ ଅନୁଦାନପ୍ରାପ୍ତ ଉନ୍ନତିମୂଳକ କାମ ହେଉଛି। ଫଳରେ ଗୋରୁ ଚରିବାକୁ ଚାରଣ ଭୂମି ପାଉନହାନ୍ତି। ମୁଦ୍ରାସ୍ଫୀତି ହେତୁ ପ୍ରାଣୀମାନଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇବା କଷ୍ଟକର ହୋଇପଡୁଛି। ଏହି ବାଧ୍ୟତାମୂଳକ କାରଣରୁ ଗୋରୁମାନଙ୍କୁ ଖୋଲା ସ୍ଥାନରେ ଛାଡ଼ିବାକୁ ପଡ଼ୁଛି। ଖୋଲା ସ୍ଥାନରେ ପକାଯାଇଥିବା ପଲିଥିନ, ପେପର ଖାଇ ପେଟ ପୂରାଉଛନ୍ତି। ଗବେଷକ ଆର୍ତ୍ତତ୍ରାଣ ପାତ୍ର କହିଛନ୍ତି, ଗୋରୁ ପ୍ଲାଷ୍ଟିକ ବ୍ୟାଗ କିମ୍ବା ଅଳିଆ ଖାଇବା ପରେ ଗୁରୁତର ରୋଗରେ ଅସୁସ୍ଥ ହୋଇପଡନ୍ତି। ଗାଈ କ୍ଷୀର ବାଛୁରୀ ପିଇବା ଦ୍ୱାରା ସେ ମଧ୍ୟ ପ୍ରଭାବିତ ହୋଇ ରୋଗରେ ପଡ଼ି ଅସୁସ୍ଥ ଅବସ୍ଥାରେ ମୃତ୍ୟୁ ଘଟୁଛି। ପ୍ରାଣୀମାନଙ୍କରେ କର୍କଟ ଭଳି ରୋଗ ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ପାଉଛି। ୨୦୨୨ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଗାଈ କ୍ଷୀର, ଗୋବର ଏବଂ ମୂତ୍ରରେ ପ୍ଲାଷ୍ଟିକ୍‌ କଣିକା ମିଳୁଛି। ଯାହା କେବଳ ପ୍ରାଣୀଙ୍କ ପାଇଁ କ୍ଷତିକାରକ ନୁହେଁ ବରଂ ମଣିଷଙ୍କ କର୍କଟ ରୋଗକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ପ୍ଲାଷ୍ଟିକ ବ୍ୟାଗ ଉପରେ ନିଷେଧାଦେଶ ଜାରି କରାଯାଇଥିବାବେଳେ ଫୁଟ୍‌ପାଥ ଦୋକାନୀମାନଙ୍କ ସହ ସ୍ଥାୟୀ ଦୋକାନୀମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର କରୁଛନ୍ତି। ଏହି ପଲିଥିନ ବ୍ୟାଗରେ ଛୁଞ୍ଚତ୍, ତାର, ନଖ ସହ ଅନ୍ୟ ଘରୋଇ ବର୍ଜ୍ୟବସ୍ତୁ ଅଳିଆଗଦାରେ ପକାଯାଏ। ଗୋରୁମାନେ ଏହାକୁ ସେମାନଙ୍କର ଖାଦ୍ୟ ଭାବରେ ବ୍ୟବହାର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଗାଧୋଇବାକୁ ଯାଇଥିଲେ, ମାଡ଼ିଆସିଲା ପ୍ରଖର ସ୍ରୋତ: ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୫।୯(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମରେ ବୁଧବାର ଜଣେ ଯୁବକଙ୍କ ଋଷିକୂଲ୍ୟା ନଦୀରେ ବୁଡି ମୃତ୍ୟୁ ଘଟିଛି। ମୃତକ...

ଧରିତ୍ରୀ ପ୍ରତିନିଧିଙ୍କ ଅକାଳ ବିୟୋଗ

ଅନୁଗୋଳ,୨୫।୯: ଧରିତ୍ରୀର ଅନୁଗୋଳ ଜିଲା କଣିହାଁ ବ୍ଲକ ପ୍ରତିନିଧି ସଚିଦାନନ୍ଦ ପ୍ରଧାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୩ ବବର୍ଷ ବୟସ ହୋଇଥିଲା। ହଠାତ...

ସୁସ୍ମିତାଙ୍କ ଚିକିତ୍ସାକୁ ନେଇ ବଢ଼ିଲା ଆଶା: ସହାୟତା ପାଇଁ ଆଗେଇ ଆସିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି, ୨୪।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୌଡ଼ ସାହିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ଦୁର୍ଘଟଣାରେ ଦୁଇଟି ଗୋଡ଼ ଭାଙ୍ଗିଯାଇ ଥିବାବେଳେ ତାଙ୍କର...

ୟୁଜର୍ସ ଫି’ କେଳେଙ୍କାରୀରେ ବଡ଼ବଡ଼ିଆଙ୍କ ହାତ: ପୌରାଧ୍ୟକ୍ଷାଙ୍କ ଦାବି ପରେ କାର୍ଯ୍ୟାନୁଷ୍ଠାନ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ ହଇଚଇ ସୃଷ୍ଟି କରିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି’ ଅସୁଲି ପାଇଁ ଉଦ୍ଦିଷ୍ଟ ରସିଦ୍‌ ବହିକୁ...

ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଭଟଲି ବିଧାୟକ ଇରାଶିଷ ଆଚ୍ଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଛି।...

ଖଣି ଅଧିକାରୀଙ୍କୁ ପିଟିଲେ ବାଲି ମାଫିଆ: ଟାଉନ ଥାନାରେ ଏତଲା

କୋରାପୁଟ,୨୫।୯(ଅମିତାଭ ବେହେରା): କୋରାପୁଟରେ ବୁଧବାର ସକାଳୁ କୋରାପୁଟ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ସମୁଖରେ ନବରଙ୍ଗପୁର ପୁର ଅଂଚଳରୁ ଆସୁଥିବା ବାଲି ବୋଝେଇ ଟିପ୍ସରଗୁଡିକୁ ଖଣି ଅଧିକାରୀ...

ଗାଁରେ ବିଲୁଆ ଆତଙ୍କ: ଲୋକଙ୍କୁ କଲା ଲହୁଲୁହାଣ

ପୋଲସରା,୨୫।୯:ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ କିଛି ବିଲୁଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ଉକ୍ତ ପଞ୍ଚାୟତର...

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri