ଜଳବାୟୁ ପରିବର୍ତ୍ତନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ଦାୟୀ

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। ଏହା ପଛରେ ତ ବିଭିନ୍ନ କାରଣ ରହିଛି। ତେବେ ଏଥିପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ମଧ୍ୟ ଅନେକାଂଶରେ ଦାୟୀ ବୋଲି ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆଜିକାଲି ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସେମାନେ କରିଥିବା ଏକ ସର୍ଭେରୁ ଜଣାପଡିଛି ଯେ ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ସ୍ଥଳଭାଗରେ ବର୍ଷକୁ ପ୍ରାୟ ତିନି ଲକ୍ଷ ଜୀବଙ୍କର ମୃତ୍ୟୁ ଘଟୁଛି। ପ୍ରକାଶିତ ରିପୋର୍ଟରେ ସେମାନେ ଉଲ୍ଳେଖ କରିଛନ୍ତି ଯେ, ‘ପ୍ଲାଷ୍ଟିକଜାତ ପଦାର୍ଥ ମଧ୍ୟ ମାଟିରେ ପୋତି ହୋଇ ପଡିବା ଯୋଗୁ ମୃତ୍ତିକାର ଗୁଣବତ୍ତା କମିଯିବା ସାଙ୍ଗକୁ ମାଟିର ଜଳଧାରଣ କ୍ଷମତାର ହ୍ରାସ ଘଟିବା ସାଙ୍ଗକୁ ଭୂତଳ ଜଳ ଉତ୍ସର ଅବକ୍ଷୟ ଘଟୁଛି। ପ୍ଲାଷ୍ଟିକ ଆବର୍ଜନା ସ୍ବେରେଜ ନାଳୀରେ ପ୍ରବେଶ କରି ମଇଳା ଜଳର ପ୍ରବାହକୁ ବାଧାପ୍ରାପ୍ତ କରିଥାଏ। ଅଶୋଧିତ ପେଟ୍ରୋଲିୟମ୍‌ରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ ବିଷାକ୍ତ ଓ ସବୁଜଘର ଗ୍ୟାସ୍‌ ଉତ୍ପନ୍ନ ହୋଇ ବାୟୁମଣ୍ଡଳରେ ପ୍ରବେଶ କରେ। କେବଳ ସେତିକି ନୁହେଁ, ପ୍ଲାଷ୍ଟିକ ପଦାର୍ଥକୁ ଭସ୍ମୀକରଣ ପ୍ରକ୍ରିୟାରେ ପୋଡି ନଷ୍ଟ କରାଯିବା ଦ୍ୱାରା ମଧ୍ୟ ଅନେକ ସବୁଜଘର ଗ୍ୟାସ ବାୟୁମଣ୍ଡଳକୁ ନିର୍ଗତ ହୁଏ। ଏହାକୁ ଯଦି ନିୟନ୍ତ୍ରଣ କରା ନ ଯାଏ ତେବେ ଆଗାମୀ କିଛି ବର୍ଷ ଭିତରେ ପ୍ଲାଷ୍ଟିକ ପ୍ରଦୂଷଣ ତାହାର କାୟା ଆହୁରି ବିସ୍ତାର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଦିନ ଖାଉଛନ୍ତି କି ଆମିଷ? ବୈଜ୍ଞାନିକ କାରଣ ଜାଣିଲେ ଆଉ ଖାଇବେନି

କ’ଣ ଆପଣ ବି ଶନିବାର ଦିନ ଆମିଷ ଖାଉଛନ୍ତି କି? ଯଦି ହଁ ତେବେ ସାବଧାନ । ଆମ ମଧ୍ୟରୁ ଅଧିକାଂଶ ଲୋକ ଶନିବାର ଦିନ...

Hot or cold coffee: ସ୍ବାସ୍ଥ୍ୟ ପାଇଁ କେଉଁଟା ଭଲ?

କଫି ବିଶ୍ୱର ସବୁଠାରୁ ପ୍ରିୟ ପାନୀୟ ମଧ୍ୟରୁ ଗୋଟିଏ। କିଛି ଲୋକଙ୍କର ଗରମ କଫି ବିନା ସକାଳ ଆରମ୍ଭ ହୁଏ ନାହିଁ। ଯେତେବେଳେ କିଛି ଲୋକ...

ବାରମ୍ବାର ପରିସ୍ରା ଲାଗୁଛି କି? ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ, କରନ୍ତୁ ନାହିଁ ଅଣଦେଖା

ବୟସ ବୃଦ୍ଧି ସହିତ ଅନେକ ପୁରୁଷଙ୍କର ବାରମ୍ବାର ପରିସ୍ରା ହେବାର ସମସ୍ୟା ଆରମ୍ଭ ହୁଏ। କେତେବେଳେ ଏହା ଏକ ସାଧାରଣ ସମସ୍ୟା ହୋଇପାରେ, କିନ୍ତୁ ଯଦି...

ଏମିତି ଲୋକଙ୍କ ଠାରୁ ରୁହନ୍ତୁ ଦୂରରେ, ଜାଣନ୍ତୁ କାହିଁକି କହିଲେ ଚାଣକ୍ୟ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

ଫ୍ରିଜରେ ଆଳୁ ରଖୁଛନ୍ତି କି, ଡାକୁଛନ୍ତି ଏହି ରୋଗକୁ

ଆଳୁର ସେବନ ସଭିଙ୍କୁ ପସନ୍ଦ। ଅଧିକାଂଶ ବ୍ୟଞ୍ଜନରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍‌ରେ ରଖିଦିଅନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ...

ମଧ୍ୟାହ୍ନ ଭୋଜନ ପରେ ପ୍ରବଳ ନିଦ ଆସୁଛି କି, ଖାଦ୍ୟରେ ସାମିଲ୍‌ କରନ୍ତୁ ଏହି ୨ଟି ଜିନିଷ, ଚୁଟ୍‌କିରେ ଛାଡିଯିବ ନିଦ

ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନରେ ନିଦ ଆସିବା ବହୁତ ସ୍ବାଭାବିକ। ପ୍ରତ୍ୟେକ ବ୍ୟକ୍ତି କୁହନ୍ତିି ଯେ ଅପରାହ୍ନରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଯେଉଁ ହାଲୁକା...

ଔଷଧରେ ବ୍ୟବହାର ହୁଏ ଭାଙ୍ଗ, କ’ଣ ଖାଇବା ଦ୍ୱାରା ନିଶା ହୁଏ?

ହୋଲି ବିନା ଭାଙ୍ଗ ଅଧୁରା। ଭାଙ୍ଗ ବିନା ହୋଲି ସମ୍ପୂର୍ଣ୍ଣ ହୁଏ ନାହିଁ। ଏହି କାରଣରୁ ଲୋକମାନେ ଏହାକୁ ଥାଣ୍ଡା ସହିତ ମିଶାଇ ପିଅନ୍ତି। ତଥାପି,...

ସପ୍ତାହରେ ଦୁଇଥର ଖାଆନ୍ତୁ ଚୁନାମାଛ

ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image