ପ୍ଲାଷ୍ଟିକ ଚାଉଳ ବଣ୍ଟନ ପ୍ରସଙ୍ଗ: ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଜିଲାପାଳ

ଗଞ୍ଜାମ,୨୭।୧(ଡି.ଏନ୍‌.ଏ.): ଚଳିତ ମାସରେ ରାସନ କାର୍ଡଧାରୀଙ୍କୁ ପ୍ଲାଷ୍ଟିକ ମିଶା ଚାଉଳ ବଣ୍ଟନ କରାଯାଇଥିବା ପୁଇଁତୋଳା ୱାର୍ଡ ନଂ ୮ ର କିଛି ହିତାଧିକାରୀ ଅଭିଯୋଗ କରିଥିଲେ l ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଚେଇଁ ଉଠିଛି ଜିଲା ପ୍ରଶାସନ l ଏ ନେଇ ଜିଲାପାଳ ବିଜୟ ଅମୃତ କୁଲlଙ୍ଗେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଜଲା ଯୋଗାଣ ବିଭାଗ ଅଧିକାରୀ (ସିଏସଓ )ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ନିର୍ଦ୍ଦେଶ ପରେ ସିଏସଓ ଗଞ୍ଜାମ ବ୍ଲକ ଯୋଗାଣ ନିରୀକ୍ଷକ (ଏମଆଇ )ସନ୍ତୋଷ ଦାସଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି l ସିଏସଓଙ୍କ ପରାମର୍ଶ ପରେ ବୁଧବାର ଏମଆଇ ଦାସ ୱାର୍ଡ ନଂ ୮ ପୁଇଁତୋଳା ଗ୍ରାମକୁ ଯାଇ ସେଠାର ରିଟେଲରଙ୍କୁ ପ୍ଲାଷ୍ଟିକ ଚାଉଳ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ଚାଉଳର ମାନ ଯାଞ୍ଚ ନିମନ୍ତେ ଲ୍ୟାବକୁ ପଠାଯିବ ବୋଲି ଏମଆଇ ଦାସ ସୂଚନା ଦେଇଛନ୍ତି l

Share