ପ୍ଲାଷ୍ଟିକ ସର୍ଜରି କ୍ୟାପିଟାଲ୍‌

ପ୍ରାୟ ଅର୍ଦ୍ଧାଂଶ ଜଙ୍ଗଲଘେରା ହୋଇଥିଲେ ହେଁ ପୃଥିବୀର ଉନ୍ନତ ସହରଥିବା ଦେଶ ହେଉଛି ସାଉଥ୍‌ କୋରିଆ। ଏଠାକାର ବାସିନ୍ଦା ସୌନ୍ଦର୍ଯ୍ୟକୁ ନେଇ ବେଶ୍‌ ସଜାଗ। ଯେଉଁଥିପାଇଁ ନା କେବଳ କସ୍‌ମେଟିକ୍ସ ବ୍ୟବହାର ଓ ବିକ୍ରି କ୍ଷେତ୍ରରେ ବରଂ ପ୍ଲାଷ୍ଟିକ୍‌ ସର୍ଜରିରେ ମଧ୍ୟ ଏହା ସବୁଠୁ ଆଗରେ। ଜାଣିବା ଏହି ଦେଶ ସମ୍ପର୍କରେ ଅନେକ ତଥ୍ୟ…

-ଉଭୟ ନାରୀ ଏବଂ ପୁରୁଷ ଏକା ପ୍ରକାର କସ୍‌ମେଟିକ୍‌ ପ୍ରଡକ୍ଟ ବ୍ୟବହାର କରନ୍ତି। ଏଠାକାର ପ୍ରସ୍ତୁତ ସ୍କିନ୍‌ କେୟାର୍‌ ପ୍ରଡକ୍ଟ ପୃଥିବୀରେ ସବୁଠୁ ଶୀଘ୍ର ବିକ୍ରି ହୋଇଥାଏ।
ସବୁଠୁ କମ୍‌ ସଂଖ୍ୟକ ମେଦବହୁଳ ବ୍ୟକ୍ତି ଏଠାରେ ରହନ୍ତି।

-ସର୍ଜରି କ୍ଷେତ୍ରରେ ଏହାକୁ ପୃଥିବୀର ରାଜଧାନୀ ବୋଲି ବିଚାର କରାଯାଏ।

-ରହିଛି ଇଞ୍ଚେଅନ୍‌ ଏୟାରପୋର୍ଟ, ଯାହାକି ପୃଥିବୀର ଅନ୍ୟ ବୃହତ୍ତମ ଏୟାରପୋର୍ଟଗୁଡିକ ମଧ୍ୟରେ ଅନ୍ୟତମ। ଏଥିରେ ରହିଛି ଓ୍ବାଲର୍‌ଡକ୍ଲାସ୍‌ ପାସେଞ୍ଜର ଟର୍ମିନାଲ, ଶପିଂ କମ୍ପ୍ଲେକ୍ସ, ଫୁଡ୍‌ ହବ୍‌ ଇଦ୍ୟାଦି ଅନେକ ସୁବିଧା।

-ପ୍ରକାର କମ୍ପ୍ୟୁଟର ଗେମ୍‌ ପ୍ରସ୍ତୁତ କରିବାରେ ଏହା ପୃଥିବୀର ସବୁଠୁ ଆଗୁଆ ଦେଶ।

-ଲୋକେ ଖୁବ୍‌ ଅନ୍ଧବିଶ୍ୱାସୀ। ସେଠାରେ ସଂଖ୍ୟା ୪କୁ ଅଶୁଭ ମନାଯାଉଥିବା ବେଳେ ଲାଲରଙ୍ଗରେ କାହାର ନାମ ଲେଖିଲେ ମୃତ୍ୟୁ ହୋଇଯାଏ ବୋଲି ଅନ୍ଧବିଶ୍ୱାସ ରହିଛି।

-ପପ୍‌ ବା କୋରିଆନ୍‌ ପପ୍‌ ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ଏମିତିକି ଏଠି ନିର୍ମିତ ହୋଇଥିବା ‘ଗଙ୍ଗନାମ ଷ୍ଟାଇଲ୍‌’ ଭିଡିଓ ୟୁଟ୍ୟୁବ୍‌ରେ ସର୍ବାଧିକ ଦେଖାଯାଇଥିବା ଭିଡିଓ।

-ସମସ୍ତଙ୍କ ଘରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ରହିଛି। ପୃଥିବୀର ସବୁଠୁ ଦ୍ରୁତ ଇଣ୍ଟରନେଟ୍‌ ସ୍ପିଡ୍‌ ଏଠାରେ ରହିଛି। ଅର୍ଥାତ୍‌ ଏଠାରେ ମାତ୍ର ଏକ ସେକେଣ୍ଡରେ ୩୩.୫ ମେଗାବାଇଟ୍‌ ଡାଟା ଡାଉନ୍‌ଲୋଡ କରାଯାଇପାରୁଥିବା ବେଳେ ୧୭ ମେଗାବାଇଟ୍‌ ଡାଟା ଅପ୍‌ଲୋଡ୍‌ ହୋଇପାରେ।