ପ୍ଲାଷ୍ଟିକ ସର୍ଜରୀ ନେଲା ଅଭିନେତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୮।୧୦: ଗ୍ଲାମରସ ଏବଂ ସୁନ୍ଦର ଦେଖାଯିବା ପାଇଁ ଅନେକ ସେଲିବ୍ରିଟି ପ୍ଲାଷ୍ଟିକ ସର୍ଜରୀ କରନ୍ତି। ଏଥିରେ କିଏ ସଫଳ ହୋଇଥାନ୍ତି ତ ଆଉ କାହାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ। ଆର୍ଜେଣ୍ଟିନାର ପୂର୍ବତନ ସୌନ୍ଦର୍ଯ୍ୟ ରାଣୀ ତଥା ଅଭିନେତ୍ରୀ ଜ୍ୟାକଲିନ କାରିଅରି କସମେଟିକ ସର୍ଜରୀ ହେତୁ ୪୮ ବର୍ଷ ବୟସରେ ଦେହାନ୍ତ ହୋଇଛି।
ଜ୍ୟାକଲିନ ମଡେଲିଂ ଏବଂ ଅଭିନୟ ଜଗତରେ ଏକ ପ୍ରସିଦ୍ଧ ଚେହେରା ଥିଲେ। କିନ୍ତୁ ସୁନ୍ଦର ଦେଖାଯିବା ପାଇଁ ସେ ମାତ୍ର ୪୮ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ନେଇଥିଲେ।
କସମେଟିକ ସର୍ଜରୀ ହେତୁ ଜ୍ୟାକଲିନ କାରିଅରି କାଲିଫର୍ନିଆର ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ। ତାଙ୍କର ହଠାତ୍‌ ଦେହାନ୍ତ ହେବାର କାରଣ ହେଉଛି କସମେଟିକ ସର୍ଜରୀ ପ୍ରକ୍ରିୟା ସମୟରେ ରକ୍ତ ଜମାଟ ବାନ୍ଧିବା। ଜ୍ୟାକଲିନଙ୍କ ମୃତ୍ୟୁର ଶେଷ ମୁହୂର୍ତ୍ତରେ, ତାଙ୍କ ପିଲାମାନେ କ୍ଲୋ ଏବଂ ଜୁଲିଆନ ସେମାନଙ୍କ ମା’ ସହିତ ଥିଲେ। ତାଙ୍କ ଦେହାନ୍ତରେ ଜ୍ୟାକଲିନଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ପ୍ରିୟଜନମାନେ ମଧ୍ୟ ଚକିତ ହୋଇଯାଇଛନ୍ତି।

Share