ନୂଆଦିଲ୍ଲୀ,୨।୬: ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାନକାରୀ ବ୍ରାଣ୍ଡ୍ ପ୍ଲାଷ୍ଟୋର ନୂତନ ଉତ୍ପାଦ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଦେଶର ପ୍ରଥମ ଉତ୍ପାଦନକାରୀ ବ୍ରାଣ୍ଡ୍ ଭାବେ ପ୍ଲାଷ୍ଟୋ ୮ ଲେୟାର ବିଶିଷ୍ଟ ପାଣିଟାଙ୍କିକୁ ବଜାର ପ୍ରବେଶ କରାଇଛି। ବିଶେଷକରି ବର୍ତ୍ତମାନ ସମୟର ପାଣିପାଗ ଓ ଗୁଣାତ୍ମକ ଉତ୍ପାଦରେ ପ୍ରସ୍ତୁତ ଏହି ୮ସ୍ତର ବିଶିଷ୍ଟ ଜଳ ସଂରକ୍ଷଣ ଡବାରେ ଅନେକ ବୈଶିଷ୍ଟ୍ୟ ସାମିଲ ରହିଛି। ସେହିଭଳି ଗ୍ରାହକ ଚାହିଦା ଓ ଆବଶ୍ୟକତାକୁ ଆଖି ଆଗରେ ରଖି ବ୍ରାଣ୍ଡ୍ ୮ ଲେୟାର ବିଶିଷ୍ଠ ପାଣିଟାଙ୍କିକୁ ସବୁ ବର୍ଗର ଲୋକ ଏବଂ ପାଣିପାଗ ଉପଯୋଗୀ ଭାବେ ନିର୍ମିତ ହୋଇଛି। ଏ ସମ୍ପର୍କରେ ଆର୍ସି ପ୍ଲାଷ୍ଟୋର ନିର୍ଦ୍ଦେଶକ ବିଶାଳ ଅଗ୍ରଓ୍ବାଲ ଏବଂ ନୀଲେଶ ଅଗ୍ରଓ୍ବାଲ କହିଛନ୍ତି, ପ୍ଲାଷ୍ଟୋ ପାଣିପାଇପ ଜନିତ କାର୍ଯ୍ୟ ଓ ବାସୋପଯୋଗୀ ପ୍ଲାଷ୍ଟିକ ଉତ୍ପାଦରେ ବଜାର ଲିଡର ଭାବେ ସ୍ବୀକୃତି ଲାଭ କରିଛି। ଗ୍ରାହକଙ୍କ ବିଶ୍ୱାସ ଓ ଉତ୍ପାଦର ଗୁଣବତ୍ତାକୁ ବଜାୟ ରଖିବା ବ୍ରାଣ୍ଡ୍ର ମୂଳ ଲକ୍ଷ୍ୟ । ସେହିପରି ବ୍ରାଣ୍ଡ୍ ଏହି ନୂତନ ଉତ୍ପାଦ ବଜାର ପ୍ରବେଶ କରାଇ ବେଶ୍ ଉତ୍ସାହ ଅଛି। କାରଣ ବ୍ରାଣ୍ଡ୍ ଉପରେ ଗ୍ରାହକଙ୍କ ଭରସା ରହିଛି। ଏପରିକି ଦୀର୍ଘ ବର୍ଷ ହେବ ଗ୍ରାହକଙ୍କ ଆବଶ୍ୟକତା ପୂରଣ ସାଙ୍ଗକୁ ଚାହିଦା ମେଣ୍ଟାଉଛି।