ପ୍ଲାଷ୍ଟୋର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୧୬।୪: ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦକ କମ୍ପାନୀ ପ୍ଲାଷ୍ଟୋ ପକ୍ଷରୁ ନିକଟରେ ଏକ ନୂତନ ଉତ୍ପାଦର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ପ୍ରମୁଖ ବ୍ରାଣ୍ଡ୍‌ ପାଣିଟାଙ୍କିର ଏକ ୬ସ୍ତରୀୟ ବିଶିଷ୍ଟ ଏକ ଡବଲ ଫୋମ୍‌ ସହ ଇନୋଭେଟିଭ ଡବଲ ଫୋମ୍‌ ଟେକ୍ନୋଲୋଜି, ୟୁଭି ସୁରକ୍ଷା, ଦୀର୍ଘସ୍ଥାୟୀ ପାଣିଟାଙ୍କିିର ବଜାର ପ୍ରବେଶ କରାଯାଇଛି। ସେହିଭଳି କମ୍ପାନୀର ଉକ୍ତ ଉତ୍ପାଦରେ ଅନେକ ବୈଶିଷ୍ଟ୍ୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଉକ୍ତ ପାଣିଟାଙ୍କି ବିଶେଷକରି ନିଜସ୍ବ ଗୃହ, ବାଣିଜି୍ୟକ କ୍ଷେତ୍ର ଏବଂ ଶିଳ୍ପାଞ୍ଚଳ ଆଦିରେ ବ୍ୟବହୃତ ହୋଇପାରିବ। ଅପରପକ୍ଷରେ କମ୍ପାନୀର ଉକ୍ତ ଉତ୍ପାଦରେ ୬ସ୍ତରୀୟ ଡବଲ ଫୋମ ଟ୍ୟାଙ୍କ ସହ ଗୁଣାତ୍ମକ ମାନ ଓ ଉନ୍ନତ ମାନର ପ୍ଲାଷ୍ଟିକରେ ନିର୍ମାଣ କରାଯାଇଛି। ଏହା ସବୁ ପ୍ରକାର ଉତ୍ତାପ ଓ ପରିବେଶ ଅନୁକୂଳ ଭିତ୍ତିରେ ଉପଯୋଗୀ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଦୀର୍ଘ ବର୍ଷ ହେବ କମ୍ପାନୀ ଭାରତୀୟ ବଜାରରେ ବିଭିନ୍ନ ବର୍ଗର ଉତ୍ପାଦ ନିମାଣ କରୁଛି। ବିଶେଷକରି ପାଣିଟାଙ୍କି, ପାଇପ ଭଳି ଆବଶ୍ୟକ ସାମଗ୍ରୀର ବଜାର ଲିଡର ଭାବେ କମ୍ପାନୀ ସ୍ବୀକୃତି ଲାଭ କରିଛି।

Share