Categories: ବାଣିଜ୍ୟ

ପ୍ଲାଟ୍‌ଫର୍ମ ଟିକେଟ ହେବ ମହଙ୍ଗା

ମୁମ୍ବାଇ: ପ୍ଲାଟ୍‌ଫର୍ମ ଟିକେଟ ମୂଲ୍ୟ ବୃଦ୍ଧି ଦ୍ୱାରା ରାଜସ୍ବ ବଢ଼ାଇବା ଲାଗି ରେଲଓ୍ବେ ଯୋଜନା ରଖିଛି। ଦେଶର ବଛା ବଛା ଷ୍ଟେଶନରେ ପ୍ଲାଟ୍‌ଫର୍ମ ଟିକେଟ ମୂଲ୍ୟ ଦୁଇଗୁଣା ବଢ଼ାଇବା ଲାଗି ରେଲଓ୍ବେ ବିଚାର କରୁଛି। ଫଳରେ ଟିକେଟ ମୂଲ୍ୟ ୧୦ରୁ ୨୦ ଟଙ୍କାକୁ ବଢ଼ିଯିବ। ଏହାବାଦ ୟୁଜର୍ସ ଡେଭଲପମେଣ୍ଟ ଫିସ୍‌(ୟୁଡିଏଫ୍‌)ଲାଗୁ କରିବା ଲାଗି ମଧ୍ୟ ରେଲଓ୍ବେ ଲକ୍ଷ୍ୟ ରଖିଛି। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ, ସାରା ଦେଶର ୧୨୧ ଷ୍ଟେଶନରେ ନଭେମ୍ବର ମାସରେ ୟୁଡିଏଫ୍‌ ଲାଗୁ କରାଯାଇପାରେ। ଫଳରେ ଏହି ଷ୍ଟେଶନଗୁଡିକ ଲାଗି ଟିକେଟ ମୂଲ୍ୟରେ ବୃଦ୍ଧି ଘଟିବ। ଘରୋଇ କମ୍ପାନୀଗୁଡିକ ସହାୟତାରେ ରେଲଓ୍ବେ ପୁନଃ ବିକାଶ ଉପରେ କାମ କରୁଛି। ୧୨ରୁ ଊର୍ଦ୍ଧ୍ୱ ଷ୍ଟେଶନର ବିକାଶ କାର୍ଯ୍ୟ ଏହାଦ୍ୱାରା ହାତକୁ ନିଆଯାଇଛି। ଷ୍ଟେଶନଗୁଡିକର ପରିମଳ, ସୌନ୍ଦର୍ଯ୍ୟ ବୃଦ୍ଧି, ପରିଚାଳନା ଏବଂ ଉନ୍ନତି କାମ ଘରୋଇ କମ୍ପାନୀଗୁଡିକ ହାତକୁ ନେଇଛନ୍ତି। ବିଡିଂ ଡକ୍ୟୁମେଣ୍ଟରେ ୟୁଜର୍ସ ଫିସ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି କୁହାଯାଇଛି। ୟୁଜର୍ସ ଫି ଲାଗୁ ନ କରିବା ଲାଗି ପୂର୍ବରୁ ରେଲଓ୍ବେ ପକ୍ଷରୁ କୁହାଯାଇଥିଲା। ହେଲେ କରୋନା ପାଇଁ ରେଲଓ୍ବେର ରାଜସ୍ବ ପ୍ରଭାବିତ ହେବା ଯୋଗୁ ପାଣ୍ଠି ଅଭାବ ପଡୁଛି। ଫଳରେ ଏଭଳି ପଦକ୍ଷେପ ନିଆଯିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share