ବେଦାନ୍ତ ଲିମିଟେଡ୍‌କୁ ପ୍ଲାଟିନମ୍‌ ପୁରସ୍କାର

ନୂଆଦିଲ୍ଲୀ,୩୦।୧୧: ବେଦାନ୍ତ ଲିମିଟେଡ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଦ୍ୱାରା ଆୟୋଜିତ ୬ଷ୍ଠ ଆଇସିସି ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ‘ଇସ୍ପାତ ଏବଂ ଖଣି କ୍ଷେତ୍ର’ ସମ୍ମାନ ବର୍ଗରେ କମ୍ପାନୀକୁ ପ୍ଲାଟିନମ୍‌ ପୁରସ୍କାର ଦିଆଯାଇଛି। ଏହି ପ୍ରଶଂସା କମ୍ପାନୀର କର୍ମକ୍ଷେତ୍ରରେ ଥିବା ସୁରକ୍ଷା ବ୍ୟବସ୍ଥା ଓ ‘ଜିରୋ ହର୍ମ’କୁ ସୁନିଶ୍ଚିତ କରିବା ସହିତ କମ୍ପାନୀର ନିରନ୍ତର ଉତ୍ସର୍ଗୀକୃତତାକୁ ସମ୍ମାନ ଜଣାଇଛି।
ଉଲ୍ଲେଖଯୋଗ୍ୟ, ଭାରତର ସ୍ମେଲଟର ଗ୍ରେଡ୍‌ ଆଲୁମିନା ଉପତ୍ାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ବେଦାନ୍ତ ଲାଞ୍ଜିଗଡ଼କୁ ୬ଷ୍ଠ ଆଇସିସି ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ‘ଇସ୍ପାତ ଏବଂ ଖଣି କ୍ଷେତ୍ର’ ସମ୍ମାନ ବର୍ଗରେ ପ୍ଲାଟିନମ୍‌ ପୁରସ୍କାର ଦିଆଯାଇଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନା ବ୍ୟବସାୟ) ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ଆଇସିସିର ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ପୁରସ୍କାରରେ ଆମେ ପ୍ଲାଟିନମ୍‌ ପୁରସ୍କାର ପାଇ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହା ଆମ ରିଫାଇନେରି ଶ୍ରମିକମାନଙ୍କ ସୁରକ୍ଷାକୁ ପ୍ରୋତ୍ସାହିତ କରିବାରେ ଆମର ନିରନ୍ତର ଉଦ୍ୟମକୁ ସ୍ବୀକୃତି ଦେଇଛି। କର୍ମକ୍ଷେତ୍ରରେ ନିରାପତ୍ତାର କଠୋର ମାନ ନିଶ୍ଚିତ କରିବାକୁ ଆମର ସଂକଳ୍ପକୁ ମଧ୍ୟ ଦୃଢ଼ କରିଛି। କର୍ମକ୍ଷେତ୍ରରେ ସ୍ବାସ୍ଥ୍ୟ ଏବଂ ନିରାପତ୍ତା କ୍ଷେତ୍ରରେ ଉନ୍ନତ ଅଭ୍ୟାସ ପାଇଁ ବେଦାନ୍ତ ଲାଞ୍ଜିଗଡ଼ ଅନେକ ପ୍ରଶଂସା ପାଇଛି। ଏଥିମଧ୍ୟରେ ୯ମ ଆପେକ୍ସ ଇଣ୍ଡିଆ ଏକ୍ସଲେନ୍ସ ଏବଂ ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ପୁରସ୍କାର ୨୦୨୪ ଏବଂ ଟ୍ରାନ୍ସଫରମାନ୍ସ ଫୋରମ୍‌ ପୁରସ୍କାର ଅନ୍ତର୍ଭୁକ୍ତ ରହିଛି। ପୁରସ୍କାରର ଉଦ୍ଦେଶ୍ୟ ହେଉଛି, ବ୍ୟବସାୟକୁ ଉନ୍ନତ ତଥା ନିରାପଦ ପରିବେଶ ପାଇଁ ଉତ୍ସାହିତ କରିବା ସହିତ ବେଦାନ୍ତ ଲାଞ୍ଜିଗଡ଼ ଅନେକ ଅଭ୍ୟାସ ପ୍ରୟୋଗ କରିବାରେ ମଧ୍ୟ ଆଗରେ ରହିିଛି। ସେଥିମଧ୍ୟରେ ‘କର୍ମଚାରୀ ଏବଂ ବ୍ୟବସାୟ ସହଭାଗୀମାନଙ୍କୁ ସୁରକ୍ଷା ନୀତିର ସକ୍ରିୟ ଯୋଗାଯୋଗ ଓ ନିରାପଦ କାର୍ଯ୍ୟ ପ୍ରଣାଳୀ ଏବଂ ନିରାପତ୍ତା ପରିଚାଳନା ପ୍ରଣାଳୀର କଠୋର କାର୍ଯ୍ୟକାରିତା ପ୍ରମୁଖ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri