Categories: ବାଣିଜ୍ୟ

ପ୍ଲାଟିନମ୍‌ ଇଭାରାର ନ୍ୟୁ କଲେକ୍ସନ

ଭୁବନେଶ୍ୱର,୨।୧୧: ପ୍ଲାଟିନମ୍‌ ଗୁଲିଡି ଇଣ୍ଟରନ୍ୟାଶନାଲ (ପିଜିଆଇ) ଇଣ୍ଡିଆର ଅଗ୍ରଣୀ ବ୍ରାଣ୍ଡ୍‌ ‘ପ୍ଲାଟିନମ୍‌ ଇଭାରା’ର ନ୍ୟୁ କଲେକ୍ସନ (ନୂତନ ସଂଗ୍ରହ)ଗୁଡିକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଉତ୍ସବ ଉପଯୋଗୀ ଓ ଆଜିର ମହିଳାମାନଙ୍କ ମନପସନ୍ଦର ଉପତ୍ାଦ ବୋଲି ବ୍ରାଣ୍ଡ୍‌ ପକ୍ଷରୁ କୁହାଯାଇଛି। ଏପରିକି ୯୫% ଶୁଦ୍ଧ ପ୍ଲାଟିନମ୍‌ରୁ ନିର୍ମତ ପ୍ରତ୍ୟେକ ଖଣ୍ଡ ଅର୍ଥ ସହ ଉକ୍ତ ଉତ୍ପାଦଗୁଡ଼ିକ ସନ୍ନିବେଶିତ ହୋଇଛି ଓ ପ୍ରତ୍ୟେକ ମହିଳାଙ୍କ ପାଇଁ ଏହା ସ୍ବତନ୍ତ୍ରତା ବହନ କରିଥାଏ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ନୂଆ ଇଭାରା ସଂଗ୍ରହ ଆଧୁନିକ ମହିଳାମାନଙ୍କ ସହ ନିଜର ଭାବକୁ ପ୍ରକାଶ କରିଥାଏ। ଏପରିକି ଯେଉଁମାନେ ସାମ୍ପ୍ରତିକ ମୂଲ୍ୟବୋଧ ଉପରେ ଦୃଷ୍ଟି ଦିଅନ୍ତି ଓ ଉତ୍ସବକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି। ସେହିଭଳି ବିଭିନ୍ନ ପ୍ରକାର ଡିଜାଇନକୁ ନେଇ ବ୍ରାଣ୍ଡ୍‌ର ଉପତ୍ାଦଗୁଡ଼ିକ ପ୍ରସ୍ତୁତ ହୋଇଛି, ଯାହା ଜୀବନକୁ ଏକ ଖୋଲା କାନ୍‌ଭାସ ରୂପେ ପ୍ରତିଫଳିତ କରିଥାଏ। ଏପରିକି ଅଧିକ ବହୁମୁଖୀ ପ୍ଲାଟିନମ୍‌ ଇଭାରାର କ୍ୟୁରେଟ ହୋଇଥିବା ବେଳେ ଉକ୍ତ ସଂଗ୍ରହରେ ଥିବା ପ୍ରତ୍ୟେକ ଖଣ୍ଡ ସହଜରେ ମହିଳାମାନଙ୍କ ସହିତ ଅଧିକ କ୍ଲାସିକ ଓ ସୂକ୍ଷ୍ମ ବ୍ରୋଞ୍ଜ ସୋରିକୁ ଯାଇପାରେ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ମତପ୍ରକାଶ କରାଯାଇଛି।

ସେହିପରି ବ୍ରାଣ୍ଡ୍‌ର ନୂଆ ଡିଜାଇନ ସଂଗ୍ରହରେ ଆରେ ଅନ୍ତର୍ଭୁକ୍ତ ରହିଛି। ଏହାର ବିଶେଷ ଶୈଳୀର ସ୍ବତନ୍ତ୍ରତା ବାରି ହୋଇପଡ଼େ। ଏହି ଡିଜାଇନଗୁଡ଼ିକ ଉଭୟ କ୍ଲାସିକ ଓ ପାରମ୍ପରିକ ଶୈଳୀକୁ ପ୍ରତିପାଦିତ କରିଥାଏ; ଯାହାକି ଯେକୌଣସି ଉତ୍ସବ ବା ବିବାହ ଋତୁର ମହତ୍ତ୍ୱକୁ ବହୁ ଗୁଣରେ ବଢାଇଥାଏ।

Share