ଫିଟ୍‌ନେସ୍‌ବିହୀନ ସ୍କୁଲ ବସ୍‌ ଚଳାଇ ପିଲାଙ୍କ ଜୀବନ ସହ ଖେଳ

ଦାମନଯୋଡ଼ି/ପଟ୍ଟାଙ୍ଗି,୨୯ା୩(ମାନସ ରଞ୍ଜନ କର/ଶରତ ଧଳ): କୋରାପୁଟ ଜିଲାର ବିବାଦୀୟ କୋଟିଆ ଗଞ୍ଜେଇପଦରଠାରେ ଥିବା ସ୍ବତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଆଦିବାସୀ ବର୍ଗର ଛାତ୍ରୀଛାତ୍ରଙ୍କ ଯାତାୟାତ ଲାଗି ଦାମନଯୋଡ଼ିସ୍ଥିତ ନାଲ୍‌କୋ ପକ୍ଷରୁ ବସ୍‌ (ଓଡି ୧୦ଡବ୍ଲ୍ୟୁ-୭୭୦୭) ସେବା ଯୋଗାଇ ଦିଆଯାଉଛି। ଏହି ବସ୍‌ରେ ନାଲ୍‌କୋ ଓ ନାଲ୍‌କୋ ଫାଉଣ୍ଡେଶନ ଲୋଗୋ ରହିଛି। ୨୦୨୨ ନଭେମ୍ବରରେ କୋରାପୁଟ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଏହି ବିଦ୍ୟାଳୟକୁ ବସ୍‌ ପ୍ରଦାନ କରାଯାଇଥିଲା। ଏହି ସମୟରେ ନାଲ୍‌କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶୀଲ ପାଢ଼ୀ, ତତ୍କାଳୀନ ପ୍ରଶାସନିକ ଅଧିକାରୀ ଅମରେନ୍ଦ୍ର ମିଶ୍ର, ଶୁଭଦର୍ଶିନୀ ସେନାପତିଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବସ୍‌ ସେବାକୁ ଉଦ୍‌ଘାଟନ କରିଥିଲେ।
ତେବେ ଉକ୍ତ ବସ୍‌ଟିର ଇଞ୍ଜିନ ଓ ଚେସିସ୍‌ ନମ୍ବର ନକଲି(ଫେକ୍‌) ବୋଲି କୋରାପୁଟ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଚିଠି ନଂ. ୫୬୫,ତା୧୨ା୩/୨୦୨୪ ମାଧ୍ୟମରେ ଜଣାଇଥିଲେ। ଇତିମଧ୍ୟରେ ପରିବହନ ବିଭାଗ ଏହାର ରେଜିଷ୍ଟ୍ରେଶନ ସାର୍ଟିଫିକେଟ କ୍ୟାନ୍‌ସଲ କରି ଦେଇଛନ୍ତି। ଉକ୍ତ ବସ୍‌ର ଇନ୍‌ସ୍ୟୁରାନ୍ସ ଓ ପଲ୍ୟୁସନ ସମ୍ପର୍କିତ ଧାର୍ଯ୍ୟ ସମୟ ଶେଷ ହୋଇସାରିଛି। ଏପରି ଏକ ପ୍ରମାଣପତ୍ରବିହୀନ ବସ୍‌ରେ ସ୍କୁଲ ପିଲାଙ୍କୁ ବିଦ୍ୟାଳୟ ନେବା ଆଣିବା କରାଯାଉଛି। ଏହି ବସ୍‌ରେ ପିଲାଙ୍କୁ ନେବା ଆଣିବା ସମୟରେ ଯଦି କୌଣସି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ କୋଟିଆ ସମଗ୍ର ରାଜ୍ୟ ତଥା ଦେଶରେ ସୀମା ବିବାଦ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ସେହି ସମ୍ବେଦନଶୀଳ କୋଟିଆ ଅଞ୍ଚଳର ଆଦିବାସୀ ପିଲାଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଅଭିଯୋଗ ହେଉଛି। ତେବେ ପାଖାପାଖି ୨ ବର୍ଷରୁ ଊର୍ଦ୍ଧ୍ୱ ଏଭଳି ପ୍ରମାଣପତ୍ରବିହୀନ ବସ୍‌ ସେବା ଯୋଗାଇବାରେ ନାଲ୍‌କୋର କି ଉଦ୍ଦେଶ୍ୟ ରହିଛି ଏବଂ ଏ ବାବଦରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ଦିଗରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ନାଲ୍‌କୋର ମହାପ୍ରବନ୍ଧକ ସରୋଜ କୁମାର ନାଥଙ୍କୁ ପଚାରିବାରୁ ସେ କହିଲେ, ୨୦୨୨ରୁ ଏହି ବସ୍‌ କୋଟିଆ ପାଇଁ ଚାଲିଛି। ଆଉ ମାତ୍ର ୨ଦିନ ପରେ ଟେଣ୍ଡର ସରିଯିବ। ବସ୍‌ ଚଳାଚଳ ବନ୍ଦ ହୋଇଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ ଗଲେ ୨

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଗଡ଼ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମ୍‌ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ...

ଶିଶୁ ଯୌନ ନିର୍ଯାତନା ମାମଲା: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ, ଜଣଙ୍କୁ ୩ ବର୍ଷ ଜେଲ

ଛତ୍ରପୁର,୧୬ା୩ (ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲାରେ ଘଟିଥିବା ୪ଟି ଶିଶୁ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଇଛନ୍ତି। ସେମାନଙ୍କୁ ଦଣ୍ଡାଦେଶ...

ପୁଞ୍ଜିପତିଙ୍କୁ ସୁହାଉଛି କୃଷି ନୀତି, ଋଣଗ୍ରସ୍ତ ହୋଇ ଚାଷୀ ଆପଣାଉଛନ୍ତି…

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସାୟଂ ଖେଳ ପଡ଼ିଆରେ ସୋମବାର ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ...

ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ, ଅସ୍ବୀକାର କରିବାରୁ ଭାଇରାଲ କରିଦେଲେ ଫଟୋ

ରାଉରକେଲା,୧୬।୩(ସଙ୍ଗୀତା ଜେନା): ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି।...

ମଇଁଷି ଚୋରି ଅଭିଯୁକ୍ତ କୋର୍ଟ ଚାଲାଣ

ଲାଞ୍ଜିଗଡ଼, ୧୬ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ଗ୍ରାମରୁ ବୁଧବାର ରାତିରେ ଦୁଇଗୋଟି ମଇଁଷି ଚୋରି ଅଭିଯୋଗରେ...

ଚକୋଲେଟ୍‌ ଦେଇ ଶିଶୁକୁ କରିନେଲେ ଅପହରଣ

ବଡ଼ମ୍ବା,୧୬ା୩(ମାୟାଧର ମଲ୍ଲିକ): ଚକୋଲେଟ ଦେଇ ଶିଶୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ବଡ଼ମ୍ବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଅପହରଣ ଶିଶୁଟି ରବିବାର ବଡ଼ମ୍ବା...

୬୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୩(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ...

ଭକ୍ତିମୟ ପରିବେଶରେ ହରିହରାନନ୍ଦ ଅରଣ୍ୟା, ସତ୍‌ସଙ୍ଗରେ ସାମିଲ ହେଲେ ହଜାର ହଜାର ସାଧୁସନ୍ଥ

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ତୁଳସୀପୁର ଗ୍ରାମରେ ରବିବାର ପ୍ରଜ୍ଞାନ ମିଶନ ତରଫରୁ ୭ ଏକରରୁ ଊଦ୍ଧର୍‌ବ ପରିମିତ ଜମିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image