Categories: ଖେଳ

୨୭ ଛକା ସହ ୩୪୮ ରନ୍‌ କରିଥିବା ଖେଳାଳିଙ୍କୁ ଓଭାଲ ଟେଷ୍ଟରେ ମିଳିପାରେ ସୁଯୋଗ

ଲିଡ୍ସ,୨୯।୮: ଲିଡ୍ସ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ଦଳକୁ ପରାସ୍ତ କରିଛି। ଖେଳର ଚତୁର୍ଥ ଦିନରେ ଗୋଟିଏ ଇନିଂସ ଏବଂ ୭୬ ରନ୍‌ରେ ମ୍ୟାଚ ଜିତିବା ପରେ ଇଂଲଣ୍ଡ ସିରିଜକୁ ୧-୧ରେ ସମାନ କରିଥିଲା। ସେପ୍ଟେମ୍ବର ୨ରୁ ଆରମ୍ଭ ହେବାକୁ ଥିବା ଓଭାଲ ଟେଷ୍ଟ ଉପରେ ପ୍ରଶଂସକଙ୍କ ନଜର ରହିଛି। ଓଭାଲ ଟେଷ୍ଟରେ ଉଭୟ ଟିମ ଇଣ୍ଡିଆ ଏବଂ ଇଂଲଣ୍ଡ ଦଳରେ ବଡ଼ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି। ଇଂଲଣ୍ଡ ଦଳ ଜୋସ ବଟଲରଙ୍କ ବିନା ଓଭାଲରେ ଅବତରଣ କରିପାରନ୍ତି। ଜୋସ ବଟଲର୍‌ ପିତା ହେବାକୁ ଯାଉଛନ୍ତି ଏବଂ ସେ ପିତୃତ୍ୱ ଛୁଟି ନେବେ। ଏହି ସମୟରେ, ଇଂଲଣ୍ଡରେ କମେଣ୍ଟ୍ରି କରୁଥିବା ପୂର୍ବତନ ଲେଗ ସ୍ପିନର ସେନ୍‌ ୱାର୍ନ ଜୋସ ବଟଲରଙ୍କ ସ୍ଥାନରେ ଲିଆମ ଲିଭିଙ୍ଗଷ୍ଟୋନନ୍ଦଳରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଏବେ ଲିଆମ ଲିଭିଙ୍ଗଷ୍ଟୋନ ଚମତ୍କାର ଫର୍ମରେ ଅଛନ୍ତି। ଚାଲିଛ। ଡାହାଣହାତୀ ବ୍ୟାଟ୍ସମ୍ୟାନ ଲିଆମ ନିକଟରେ ଦି ହଣ୍ଡ୍ରେଡ୍‌ର ଟୁର୍ନାମେଣ୍ଟରେ ହାରାହାରି ୫୮ରେ ସର୍ବାଧିକ ୩୪୮ ରନ୍‌ ସ୍କୋର କରିଥିଲେ। ପୁରା ଟୁର୍ନାମେଣ୍ଟରେ ଲିଆମ ଲିଭିଙ୍ଗଷ୍ଟୋନ ୨୭ ଛକା ମାରିଥିଲେ।

Share