Categories: ଖେଳ

ନୂଆ ଖେଳାଳିଙ୍କୁ ମିଳିଲା ଭଗବାନଙ୍କଠାରୁ ଶୁଭେଚ୍ଛା

ନୂଆଦିଲ୍ଲୀ, ୨୧।୨: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ୩ ନୂଆ ଖେଳାଳି। ସେମାନେ ହେଲେ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ, ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ ଓ ଅଲରାଉଣ୍ଡର ରାହୁଲ ଟଓ୍ବୋଟିଆ। ପ୍ରଥମ ଥର ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଥିବାରୁ ଏହି ଖେଳାଳିଙ୍କୁ କ୍ରିକେଟର ଭଗବାନ କୁହାଯାଉଥିବା କିମ୍ବଦନ୍ତୀ ସଚିନ ତେନ୍ଦୁଲକର ରବିବାର ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

” ଟିମ୍‌ ଇଣ୍ଡିଆର ପ୍ରଥମ ଥର ସ୍ଥାନ ପାଇଥିବାରୁ କିଷନ, ଟଓ୍ବୋଟିଆ, ସୂର୍ଯ୍ୟକୁମାର ଓ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌ ପଡ଼ିଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ହୃଦୟରୁ ଶୁଭେଚ୍ଛା। ଭାରତ ପାଇଁ ଖେଳିବା ପ୍ରତ୍ୟେକ କ୍ରିକେଟରଙ୍କ ପାଇଁ ବଡ଼ ସମ୍ମାନର ବିଷୟ। ତୁମ ସଭିଙ୍କ ମୁଁ ସଫଳତା କାମନା କରୁଛି “ ବୋଲି ତେନ୍ଦୁଲକର ଟୁଇଟ୍‌ କରିଛନ୍ତି। ଉଲ୍ଲେଖଥାଉ କି, ମଷ୍ଟ୍ରି ସ୍ପିନର ଚକ୍ରବର୍ତ୍ତୀଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ ଲାଗି ଦଳରେ ସ୍ଥାନ ପାଇଥିଲେ। ଦୁର୍ଭାଗ୍ୟବଶତଃ କାନ୍ଧ ଜନିତ ସମସ୍ୟା ଯୋଗୁ ସିରିଜ୍‌ରୁ ବାଦ୍‌ ପଡ଼ିଥିଲେ କେକେଆର ଖେଳାଳି ।

Share