କାଳ ହେଲା ଛାତ ଉପରେ ସ୍କିପିଂ ଖେଳିବା

ବ୍ରହ୍ମପୁର ଅଫିସ,୨୨ା୯: ଛାତ ଉପରେ ସାଙ୍ଗମାନଙ୍କ ସହ ସ୍କିପିଂ ଖେଳୁଥିଲେ ୯ ବର୍ଷର କୁନି ଝିଅ। ଅସାବଧାନତା କାରଣରୁ ଛାତରୁ ଖସିପଡିଥିଲେ। ସେତିକିବେଳେ ସେ ଖେଳୁଥିବା ଓଢଣୀ ବେକ୍‌ରେ ଗୁଡାଇ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେ ହେଲେ ପୋଲସରା ଥାନା ଅଧୀନ ହୀରାପଲି ଗ୍ରାମର ଯୁଧିଷ୍ଠିର ଡାକୁଆଙ୍କ ଝିଅ ଯମୁନା।

ମେଡିକାଲ ଫାଣ୍ଡି ପୋଲିସ ବୁଧବାର ମୃତଦେହ ଜବତ କରିବା ସହ ୪୭୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଛି।

Share