Posted inଜାତୀୟ

ଷ୍ଟେଜ୍‌ରେ ରାମ ଭୂମିକାରେ କରୁଥିଲେ ଅଭିନୟ, ଆସିଲା ହାର୍ଟଆଟାକ୍‌, ଆଉ ତା’ ପରେ…

ନୂଆଦିଲ୍ଲୀ,୬ା୧୦: ଦିଲ୍ଲୀର ଶାହାଦରା ଅଞ୍ଚଳରେ ଷ୍ଟେଜ୍‌ରେ ରାମଲୀଳା ଚାଲିଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି। ରାମ ଭୂମିକାରେ ଅଭିନୟ କରୁଥିବା ସୁଶୀଲ କୌଶିକ୍‌ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ଷ୍ଟେଜ୍‌ରୁ ଓହ୍ଲାଇବା ଦେଖି ଲୋକମାନେ ଦୌଡ଼ି ଯାଇଥିଲେ। ସୁଶୀଲଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା, ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁଶୀଲଙ୍କ ବୟସ ୫୪ ବର୍ଷ
ସୁଶୀଲ ଜଣେ ପ୍ରପର୍ଟି ଡିଲର ଥିଲେ। ସେ ଦୀର୍ଘ ୩୨ ବର୍ଷ ଧରି ରାମଲୀଳା ସହ ଜଡ଼ିତ ଥିଲେ।

ରାମଲୀଳା ଚାଲିଥିବା ବେଳେ ସୁଶୀଲ ଅସୁସ୍ଥତା ଅନୁଭବ କରିବା ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳେ ଯେ, ଭଜନ ବ୍ୟାକ୍‌ଗ୍ରାଉଣ୍ଡ୍‌ରୁ ଆସୁଛି ଏବଂ ରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ସୁଶୀଲ ମଧ୍ୟ ବସି ବସିଛନ୍ତି। ତା’ପରେ ସେ ଉଠି ଟିକିଏ ଚାଲୁଛନ୍ତି ଏବଂ ହଠାତ୍‌ ଛାତିରେ ଯନ୍ତ୍ରଣା ଆରମ୍ଭ ହେଉଛି, ଯାହା ପରେ ସେ ଷ୍ଟେଜ୍‌ ପଛକୁ ଚାଲିଯାଉଛନ୍ତି। ସୁଶୀଲ ବିଶ୍ୱକର୍ମାନଗର ଅଞ୍ଚଳର ବାସିନ୍ଦା ଥିଲେ।

ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଜଣେ ବ୍ୟକ୍ତି ହଠାତ୍‌ ଏକ ବ୍ୟାଙ୍କ ଚେୟାରରୁ ମଧ୍ୟ ଟଳିପଡ଼ିଥିଲେ। ଆଉ ଜଣେ ବ୍ୟକ୍ତି ମଲ୍‌ରେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା। ମଞ୍ଚରେ ନାଚୁଥିବାବେଳେ, ବାଇକ୍‌ ଚଲାଉଥିବାବେଳେ କିମ୍ବା ଜିମ୍‌ରେ ବ୍ୟାୟାମ କରୁଥିବାବେଳେ ମଧ୍ୟ ହାର୍ଟଆଟାକ୍‌ରେ କିଛି ଲୋକ ପ୍ରାଣ ହରାଇଥିବାର ନଜିର ରହିଛି। ଯେଉଁ ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପାଇଁ ଭୋଟ ମାଗିବେ କେଜରିଓ୍ବାଲ, କାହିଁକି ଏମିତି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ଛତ୍ରସାଲ ଷ୍ଟାଡିୟମରେ ଚାଲିଥିବା ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।...

ଜମ୍ମୁ-କଶ୍ମୀରରେ ଭାଜପା ସରକାର! ସରକାର ଗଠନରେ ହେବ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୬।୧୦: ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଛି ଚମକାଇଦେଲା ଭଳି ବୁଥ୍‌ ବାହୁଡା ମତ ବା ଏକଜିଟ୍‌ ପୋଲ୍‌। ଯଦି ନିର୍ବାଚନ ଫଳାଫଳ ବୁଥ୍‌ ବାହୁଡା ମତରୁ...

କିମ୍‌ ଜୋଙ୍ଗ୍‌ ଉନ୍‌ ନା ଜର୍ଜ ସୋରୋସ୍‌ କାହା ସହ ଡିନର କରିବେ ଜୟଶଙ୍କର, ଏମିତି ଦେଲେ ଜବାବ…

ନୂଆଦିଲ୍ଲୀ,୬ା୧୦: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ କାର୍ଯ୍ୟକ୍ରମ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଏପରି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ସମସ୍ତଙ୍କ...

କୋଲକାତା ବଳାତ୍କାର ହତ୍ୟା ମାମଲା: ସନ୍ଦୀପ ଘୋଷଙ୍କୁ ଆଉ ଏକ ବଡ଼ ଝଟ୍‌କା

କୋଲକାତା,୬।୧୦: କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିବାକୁ...

‘ଅକ୍ଟୋବର ୮ ଫଳାଫଳକୁ ଅପେକ୍ଷା କର, ବାକି କେବଳ ଟାଇମ୍‌ ପାସ୍‌’

କଶ୍ମୀର,୬।୧୦: ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଶନିବାର ସନ୍ଧ୍ୟାରେ ଆସିଥିବା ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଉପରେ ସନ୍ଦେହ...

ମସ୍କଟରୁ ଆସୁଥିବା ବିମାନର ଫାଟିଲା ଟାୟାର, ଅଳ୍ପକେ ବର୍ତ୍ତିଲେ ୧୪୬ ଯାତ୍ରୀ

ଚେନ୍ନାଇ,୬।୧୦: ଚେନ୍ନାଇ ବିମାନବନ୍ଦରରେ ଟଳିଛି ବଡ଼ ଦୁର୍ଘଟଣା। ଶନିବାର ମସ୍କଟରୁ ୧୪୬ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଆସୁଥିବା ଏକ ବିମାନର ଟାୟାର ଓହ୍ଲାଇବା ସମୟରେ ଫାଟି...

ଏକଜିଟ ପୋଲ୍‌କୁ ନେଇ କଂଗ୍ରେସ ଖୁସିରେ ଗଦଗଦ, ଏବେ ହେବ ଅସଲ ଖେଳ!

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନରେ ଭୋଟ ଗ୍ରହଣ ପରେ ଏକଜିଟ ପୋଲ୍‌ର ଫଳାଫଳ କଂଗ୍ରେସକୁ ଖୁସି ଖବର ଦେଇଥିଲା। ସମସ୍ତ ଏକଜିଟ ପୋଲ୍‌ରେ...

ଆରଜି କର ହତ୍ୟାକାଣ୍ଡ: ପୁଣି ଆମରଣ ଅନଶନରେ ଜୁନିଅର ଡାକ୍ତର

କୋଲକାତା,୬।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରି ଜୁନିଅର ଡାକ୍ତରମାନେ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri