Categories: ଖେଳ

ଚେନ୍ନାଇ ପାଇଁ ଚିନ୍ତା ବଢାଇଲା ଦିଲ୍ଲୀ, ପ୍ଲେଅଫ୍‌ ଦୌଡ଼ରୁ ପଡ଼ିପାରେ ବାଦ୍‌…

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୩ର ୧୬ ତମ ସିଜନରେ ବୁଧବାର ଖେଳାଯାଇଥିବା ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ମୁକାବିଲା ପରେ ପ୍ଲେଅଫ ଦୌଡ଼ ଅଧିକ ରୋମାଞ୍ଚକର ହୋଇଛି। ଯଦିଓ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ ଦୌଡରୁ ବାହାରି ସାରିଛି, ହେଲେ ଏହା ଅନ୍ୟ ଦଳର ଚିନ୍ତା ବଢାଇ ଦେଇଛି। ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନରୁ ସବୁଠୁ ବଡ ବିପଦ ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ରହିଛି।

ଚେନ୍ନାଇ ସୁପର କିଙ୍ଗ୍ସ ମେ’ ୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ସଂଘର୍ଷ କରିବ । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସ ୧୩ ଟି ମ୍ୟାଚରେ ୧୫ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । କିନ୍ତୁ ସିଏସ୍‌କେର ପ୍ଲେଅଫ୍‌ ଟିକେଟ୍‌ ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଯଦି ଦିଲ୍ଲୀ ବିପକ୍ଷ ମ୍ୟାଚରେ ସିଏସ୍‌କେ ଜିତେ, ତେବେ ଏହାର ପ୍ଲେଅଫ୍‌ ଟିକେଟ ନିଶ୍ଚିତ ବୋଲି କୁହାଯାଉଛି।

ତେବେ ଦିଲ୍ଲୀ ବିପକ୍ଷରେ ପରାଜୟ ହେଲେ ସିଏସ୍‌କେର ଯାତ୍ରା ଗ୍ରୁପ ପର୍ଯ୍ୟାୟରେ ଶେଷ ହୋଇପାରେ। ଯଦି ଦିଲ୍ଲୀ ସିଏସ୍‌କେକୁ ପରାସ୍ତ କରିବାରେ ସଫଳ ହୁଏ, ତେବେ ଲକ୍ଷ୍ନୌ ସୁପର ଜିଆଣ୍ଟସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଫାଇଦା ହେବ। ଏହି ତିନୋଟି ଦଳ ପ୍ଲେଅଫ୍‌ ଦୌଡ଼ରେ ଦୃଢ ଭାବରେ ଅଛନ୍ତି। ବୁଧବାର ଖେଳାଯାଇଥିବା ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ମୁକାବିଲାରେ ଦିଲ୍ଲୀ ୧୫ ରନରେ ବିଜୟୀ ହୋଇଛି।

Share