ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ହାଇକୋର୍ଟ ଗଲା ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା। ଘଟଣାର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ପହଞ୍ଚିଛି। ଏଥିରେ କେନ୍ଦ୍ର, ରାଜ୍ୟ ସରକାର, ଇଡି, ମୁଖ୍ୟ ସଚିବ, ଗୃହ ବିଭାଗ, ପୋଲିସ ଡିଜି, ଖଣ୍ଡଗିରି ପୋଲିସ ଅଧିକାରୀ ଏବଂ ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ୭ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଅନ୍ୟପଟେ, ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଜାମିନ୍ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ଏକାଧିକ ଓକିଲ ଆବେଦନ କରିଥିବାରୁ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନର ଶୁଣାଣି ହୋଇପାରିନଥିଲା। ତେଣୁ ଆଜି ପୁଣି ଥରେ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ।