ମନୋରମ ବେଳାଭୂମି ଯମୁନାଶୂଳ

ଲଙ୍ଗଳେଶ୍ୱର, ୭।୧୨: ଶୀତର ଆଗମନ ସାଙ୍ଗକୁ ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। କୋଭିଡ କଟକଣା ପାଇଁ ଗତ ଦୁଇବର୍ଷ ଧରି ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଥିଲା। ଏବେ ଚଳଚଞ୍ଚଳ ହୋଇଉଠିଛି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ। ବାଲେଶ୍ୱର ଜିଲାରେ ଥିବା ପର୍ଯ୍ୟଟନସ୍ଥଳୀ ମଧ୍ୟରେ ବାଲିଆପାଳ ବ୍ଲକର ଯମୁନାଶୂଳ ବେଳାଭୂମିର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ହେଲେ ଏହା ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ନ ଥିବାରୁ ଆଖିଦୃଶିଆ ବିକାଶ ହୋଇପାରିନି।
ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୭୦ କି.ମି. ଏବଂ ବାଲିଆପାଳ ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୨୦ କି.ମି. ଦୂରରେ ରହିଛି ଯମୁନାଶୂଳ ବେଳାଭୂମି। ଓଡ଼ିଶା ସୀମାନ୍ତରେ ଏହି ବେଳାଭୂମି ରହିଥିବାରୁ ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ଆଦି ରାଜ୍ୟର ପର୍ଯ୍ୟଟକମାନେ ଏଠାକୁ ଛୁଟି ଆସିଥାନ୍ତି। ସୁବିସ୍ତୀର୍ଣ୍ଣ ବାଲୁକାଶଯ୍ୟା ସାଙ୍ଗକୁ ଝାଉଁ ବନାନୀର ସୁଁ ସୁଁ ଶବ୍ଦ ମଧ୍ୟରେ ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ ମଧ୍ୟରେ ପର୍ଯ୍ୟଟକମାନେ ସତେଯେମିତି ନିଜକୁ ହଜାଇ ଦେଇଥାନ୍ତି। ସମୁଦ୍ର ନୀଳ ଜଳରାଶି ମଧ୍ୟରୁ ଉତ୍ତାଳ ତରଙ୍ଗ ପର୍ଯ୍ୟଟକଙ୍କୁ ଆନମନା କରୁଥିବା ବେଳେ ପୁଣି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟର ଜଳରାଶି ମନମୋହି ନେଇଥାଏ। ଏଥିପାଇଁ କେବଳ ପର୍ଯ୍ୟଟନ ଋତୁ ନୁହେଁ ବର୍ଷତମାମ ବଣଭୋଜି, ସାମୁଦ୍ରିକ ଜଳକ୍ରୀଡ଼ା ଆଦି ମନୋରମ ଦୃଶ୍ୟର ମଜା ନେବା ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏଠାରେ ଅନୁଷ୍ଠିତ ମକରମେଳା, ବାରୁଣୀ ସ୍ନାନ ପାଇଁ ମଧ୍ୟ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ଏହି ବେଳାଭୂମିକୁ ଯିଏ ଥରେ ଆସିଥାଏ ସେ ବେଳାଭୂମିର ମନୋରମ ଦୃଶ୍ୟକୁ କେବେ ବି ମନରୁ ପାଶୋରି ପାରେନି। ଏହା ଏକ ସୁଦୀର୍ଘ ଓ ସମତଳ ବେଳାଭୂମି ହୋଇଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସି ବିମୋହିତ ହୋଇଥାନ୍ତି। ହେଲେ ବେଳାଭୂମିର ଉନ୍ନତୀକରଣ ଲାଗି ପଦକ୍ଷେପ ନିଆଯାଇ ନ ଥିବାରୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନଙ୍କ ରାତ୍ରିଯାପନ ନିମନ୍ତେ ଏଠାରେ ରହିଛି ଏକ ପାନ୍ଥନିବାସ। ଏହି ପାନ୍ଥନିବାସରେ ପର୍ଯ୍ୟଟକଙ୍କ ରହଣି ପାଇଁ ସୁସଜ୍ଜିତ କୋଠରୀ ସାଙ୍ଗକୁ ପ୍ରଶସ୍ତ ମିଟିଂ ହଲ, ଡାଇନିଂ ହଲ, ଏକାଧିକ ସ୍ନାନାଗାର ସାଙ୍ଗକୁ ରୋଷେଇ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। ପର୍ଯ୍ୟଟକଙ୍କ ଖାଇବା ପାଇଁ ଭୋଜନାଳୟର ବ୍ୟବସ୍ଥା ରହିଛି। ଏହି ମନୋରମ ବେଳାଭୂମିରେ ପାର୍କ ପ୍ରତିଷ୍ଠା ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ସାମୁଦ୍ରିକ ମାଛ ଆକ୍ୱାରିୟମ ପ୍ରତିଷ୍ଠା, ଉଜ୍ଜଳ ଆଲୋକମାଳା, ଗମନାଗମନ ପାଇଁ ରାସ୍ତା ପ୍ରଶସ୍ତୀକରଣ କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକମାନେ କହିଛନ୍ତି। ଓଡ଼ିଶାର ଅନ୍ୟ ବେଳାଭୂମି ଭଳି ଯଦି ସରକାର ଏହି ବେଳାଭୂମିର ବିକାଶ ଦିଗରେ ପଦକ୍ଷେପ ନିଅନ୍ତେ କେବଳ ବାଲିଆପାଳ ବ୍ଲକ ନୁହେଁ ସମଗ୍ର ଜିଲା ସମେତ ରାଜ୍ୟର ମଧ୍ୟ ସାମାଜିକ ଓ ଅର୍ଥନୈତିକ କ୍ଷେତରେ ପ୍ରଗତି ହୋଇପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

କମଳାକାନ୍ତ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ...

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।...

ଗୋ ଚାଲାଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର: ୨ ଅପରାଧୀ ଆହତ

ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ...

ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଭୁବନେଶ୍ୱର,୧୧।୩: ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ...

ଦ୍ୱିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା କଲେ ବାପା

ନୟାଗଡ଼,୧୧ା୩(ଲୋକନାଥ ମିଶ୍ର):ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ପ୍ରାୟ ୩ ବର୍ଷ ତଳେ ସ୍ତ୍ରୀ ଆମତ୍ହତ୍ୟା କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଅନ୍ୟତ୍ର...

ମହିଳା ସୁରକ୍ଷା ନାଁରେ ସରକାର ଭୁଆଁ ବୁଲାଉଛନ୍ତି ଜିଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

ନୂଆପଡ଼ା,୧୦ା୩ (ମକାରୁ ବେମାଲ): ରାଜ୍ୟରେ ଏସ୍‌ସି,ଏସ୍‌ଟି, ଓବିସି ମହିଳା ଓ ନାବାଳିକାଙ୍କ ଉପରେ ଅପରାଧ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri