Posted inଜାତୀୟ

ଥଇଥାନ ପାଇଁ କ’ଣ ପଦକ୍ଷେପ ନେଇଛ ଜଣାଅ

ନୂଆଦିଲ୍ଲୀ, ୪ା୭ ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଘରଦ୍ୱାର ହରାଇଥିବା ଲୋକମାନଙ୍କ ଥଇଥାନ ପାଇଁ କ’ଣ ପଦକ୍ଷେପ ନେଇଛ, ଆଇନ ଶୃଙ୍ଖଳା ସ୍ଥିିତିରେ କିଭଳି ଉନ୍ନତି ହୋଇଛି ଓ ଲୁଟ୍‌ ହୋଇଥିବା ଅସ୍ତ୍ରଶସ୍ତ୍ର ଉଦ୍ଧାର ସମ୍ପର୍କିତ ସଂଶୋଧିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ବର୍ତ୍ତମାନ କର୍ଫ୍ୟୁ ସମୟ ଦିନକୁ ୫ ଘଣ୍ଟାକୁ ହ୍ରାସ କରାଯାଇଛି ବୋଲି ରାଜ୍ୟ ସରକାର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ କହିଥିଲେ। ଖଣ୍ଡପୀଠରେ ଜଷ୍ଟିସ ପି.ଏସ୍‌. ନରସିଂହ ଏବଂ ମନୋଜ ମିଶ୍ରା ରହିଛନ୍ତି। ଥଇଥାନ ଶିବିର, ଆଇନ ଶୃଙ୍ଖଳା ଓ ଅସ୍ତ୍ର ଉଦ୍ଧାର କରିବାରେ କ’ଣ ପଦକ୍ଷେପ ନିଆଯାଇଛି, କେବଳ ତାହା ଜଣାଅ ବୋଲି ଖଣ୍ଡପୀଠ ମଣିପୁର ହିଂସା ଉପରେ ଏକାଧିକ ପିଟିଶନ୍‌ର ଶୁଣାଣି କରିବା ପରେ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦କୁ ଧାର୍ଯ୍ୟ କରାଯାଇଛି।
କେତେକ ଉଗ୍ରପନ୍ଥୀ ଗୋଷ୍ଠୀ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବୋଲି କୁକି ସଂଖ୍ୟାଲଘୁ ସଂଗଠନରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ କୋଲିନ ଗନସାଲ୍‌ଭେସ୍‌ ଯୁକ୍ତି ବାଢ଼ିଥିବାବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ଖଣ୍ଡନ କରିବା ସହ ଅଭିଯୋଗ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। କୁକି ପକ୍ଷର ଓକିଲ ହିଂସାକାଣ୍ଡକୁ କୌଣସି ସାମ୍ପ୍ରଦାୟିକ ମୋଡ଼ ନ ଦେବା ଲାଗି ସେ ପରାମର୍ଶ ଦେଇଥିଲେ। ଧୀରେ ଧୀରେ ହେଲେ ମଧ୍ୟ ରାଜ୍ୟ ସ୍ଥିତିରେ ଉନ୍ନତି ଆସିଛି। ଯାହାକିଛି ସମସ୍ୟା ଥିଲା ତାହାର ସମାଧାନ କରାଯାଉଛି। ରାଜ୍ୟ ପୋଲିସ ବ୍ୟତୀତ ସେଠାରେ ଭାରତୀୟ ରିଜର୍ଭ ବାଟାଲିୟନ, ମଣିପୁର ରାଇଫଲ୍ସ, କମାଣ୍ଡୋ, ସିଏପିଏଫ୍‌ର ୧୧୪ କମ୍ପାନୀ, ସେନାର ୧୮୪ କଲମ୍‌ ଯବାନ ଶାନ୍ତି ଶୃଙ୍ଖଳା ରକ୍ଷାରେ ନିୟୋଜିତ ହୋଇଛନ୍ତି। ହିଂସା ପ୍ରପୀଡ଼ିତଙ୍କ ଥଇଥାନ ପାଇଁ ୩୫୫ ରିଲିଫ କ୍ୟାମ୍ପ ଖୋଲିଥିବା ସଲିସିଟର ଜେନେରାଲ ଖଣ୍ଡପୀଠଙ୍କୁ ଜଣାଇଥିଲେ। ସୂଚନାଯୋଗ୍ୟ, ୨ ମାସ ହେଲା ମଣିପୁରରେ ଜାତିଆଣ ହିଂସାକାଣ୍ଡ ଲାଗିରହିଥିବାବେଳେ ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ସହ ହଜାର ହଜାର ଲୋକ ଘରଦ୍ୱାର ହରାଇ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂଚନା କମିଶନ ପଦବୀ ୪ ସପ୍ତାହରେ ପୂରଣକର: କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ା୧୧(ପି.ଟି.):କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନ (ଏସ୍‌ଆଇସି)ରେ ଖାଲିପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ରାଜ୍ୟ...

‘ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କର’, ବାଂଲାଦେଶକୁ ଭାରତ ସରକାରଙ୍କ ଦାବି

ନୂଆଦିଲ୍ଲୀ, ୨୬।୧୧: ବାଂଲାଦେଶରେ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରିକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ବୟାନ ଜାରି କରାଯାଇଛି। ଚିନ୍ମୟ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ କଲେ ରାହୁଲ ଗାନ୍ଧୀ-BJP ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୨୬।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାଜପା ପକ୍ଷରୁ ଏକ ଭିଡିଓ ଶେୟାର କରି ଏନେଇ ଅଭିଯୋଗ କରାଯାଇଛି।...

ସରକାରଙ୍କ ବଡ଼ ଘୋଷଣା, ୬୦ବର୍ଷ ବୟସ୍କଙ୍କୁ ପ୍ରତିମାସରେ ମିଳିବ ବାର୍ଦ୍ଧକ୍ୟ ଭତ୍ତା

ନୂଆଦିଲ୍ଲୀ,୨୬।୧୧: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ବିଶେଷକରି ବରିଷ୍ଠ ଜନସାଧାରଣଙ୍କ ପାଇଁ ସରକାର କରିଛନ୍ତି ବଡ଼ ଘୋଷଣା। ବାର୍ଦ୍ଧକ୍ୟ ଭତ୍ତା ନେଇ ରାଜ୍ୟ ସରକାର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲି’

ନୂଆଦିଲ୍ଲୀ,୨୬।୧୧: ପୁଣି ଥରେ ଝାଡ଼ଖଣ୍ଡରେ ସରକାର ଗଠନ କରିବାକୁ ଯାଉଛନ୍ତି ହେମନ୍ତ ସୋରେନ। ନଭେମ୍ବର ୨୮ରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ଏହା ପୂର୍ବରୁ...

ବାଲଟ ପେପରରେ ନିର୍ବାଚନ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୧୧: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବଦଳରେ ନିର୍ବାଚନରେ ​​ବାଲାଟ ପେପର ବ୍ୟବହାର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଚାରପତି ବିକ୍ରମ ନାଥ ଏବଂ ପି.ବି...

ରାହୁଲଙ୍କ ପଳାଇବ ନାଗରିକତ୍ୱ! କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬।୧୧: ଅଡୁଆରେ କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଚାଲି ଯାଇପାରେ ତାଙ୍କର ଭାରତୀୟ ନାଗରିକତା। ଏନେଇ କୋର୍ଟ ବଡ଼ ନିର୍ଦ୍ଦେଶ...

PAN ୨.୦ ଆଣିଲେ ସରକାର; QR କୋଡ୍‌ ରହିଲେ ବନ୍ଦ ହୋଇଯିବ କି ପୁରୁଣା କାର୍ଡ, ନୂଆ ପାଇଁ ଲାଗିବ କେତେ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୧୧: ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି, ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri