ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦଙ୍କ ଅମାପ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୨।୮: ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱରରେ ୭ଟି ଓ ଝାରସୁଗୁଡ଼ାରେ ରହିଛି ୩ଟି ଫ୍ଲାଟ ରହିଛି। ୨.୭ କୋଟିର ବ୍ୟାଙ୍କ ଡିପୋଜିଟ, ପ୍ରାୟ ଦେଢ଼ କେଜି ସୁନା ଠାବ ହୋଇଛି। ଏଥିସହ ନଗଦ ୬ ଲକ୍ଷ ଟଙ୍କା, ମର୍ସିଡିଜ ସମେତ ୨ଟି ଦାମୀ କାର୍‌, ରୋଲେକ୍ସ ଭଳି ୧୩ ଲକ୍ଷର ବ୍ରାଣ୍ଡେଡ ହାତ ଘଣ୍ଟା, ଆମେରିକା, ଥାଇଲାଣ୍ଡ, ୟୁଏଇ, କାନାଡା, ମେକ୍ସିକୋ ନୋଟ ଠାବ ହୋଇଛି। ନିଜ ଝିଅର ମେଡିକାଲ ଶିକ୍ଷା ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ସୋମବାର ଚଢ଼ାଉ କରାଯାଇଥିଲା। ଏହି ସମୟରେ ମିଶ୍ରଙ୍କ ଘରୁ ପୁଳା ପୁଳା ସୁନା, ସୁନାର ଠାକୁର ମୂର୍ତ୍ତି, ରୂପା, ହୀରା ହାର ଓ ରୂପା ବାସନ ଜବତ ହୋଇଥିଲା।

Share